ହଜାରେ ଟଙ୍କାରେ ଉପଲବ୍ଧ ହେବ କରୋନା ଟିକା

ନୂଆଦିଲ୍ଲୀ : ମହାମାରୀ କରୋନା ପରିସ୍ଥିତିରେ ପୁରା ବିଶ୍ୱ ଗତି କରୁଥିବା ବେଳେ ଆସିଛି ଏକ ଆସ୍ୱସ୍ତି କର ଖବର । ଡିସେମ୍ବର ମାସ ମଧ୍ୟରେ ଭାରତରେ କରୋନା ଟିକା ଉପଲବ୍ଧ ହେବ ବୋଲି ଭାରତୀୟ ଫାର୍ମା କମ୍ପାନୀ ସେରମ ଇନଷ୍ଟିଚୁ୍ୟଟ୍ ଅଫ୍ ଇଣ୍ଡିଆର କାର୍ଯ୍ୟନିର୍ବାହୀ ଅର୍ଧିକାରୀ ଆଦର ପୁନାୱ୍ାଲା ଜାତୀୟ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ସେ କହିଛନ୍ତି ଖୁବ ଶୀଘ୍ର କରୋନା ଟିକା ଆରମ୍ଭ ହେବ ଏବଂ ତାଙ୍କ କମ୍ପାନୀ ଡେସେମ୍ବର ମାସ ବେଳକୁ ଅନୂନ୍ୟ ୩୦୦ ନିୟୁତ କରୋନା ଟିକା ପ୍ରସ୍ତୁତ କରିପାରିବ । ଚଳଳିତ ସପ୍ତାହରେ ଏଥିପାଇଁ ସରାକାରଙ୍କ ନକଟରୁ ଲାଇସେନ୍ସ ନିମନ୍ତେ ଆବେଦନ କରାଯିବ । ଅନୁମତି ମିଳିବା ମାତ୍ରେ ପରୀକ୍ଷଣ ଆମ୍ଭ କରାଯରିବ । ସୂଚନା ଯେଗ୍ୟ ଏହି ଟିକାର ମୂଲ୍ୟ ମାତ୍ର ୧୦୦୦ଟଙ୍କା ବୋଲି ଆକଳନ କରାଯାଉଛି । କୋଭିଡ-୧୯ କୁ ଟୀକାର ପ୍ରାରମ୍ଭିକ ପ୍ରୟୋଗରେ ଦେଖାଯାଇଥିବା ସଫଳତାକୁ ମଧ୍ୟ ଉଲ୍ଲେଖ କରିଛନ୍ତି । ସେ କହିଛନ୍ତି ଯେ ପ୍ରାରମ୍ଭିକ ପର୍ଯ୍ୟାୟରେ କୋଭିଡ-୧୯ ଟୀକାର ପ୍ରୟୋଗରେ ସଫଳତା ମିଳିଛି । ଏହା ଅତ୍ୟନ୍ତ ଖୁସିର କଥା ।

Leave A Reply

Your email address will not be published.

three × five =