ଶିକ୍ଷକଙ୍କ ମୃତ ଦେହକୁ ଉଠାଇଲେ ସାମ୍ବାଦିକ

ଶେରଗଡ: କରୋନାରେ ମୃତ୍ୟୁ ବରଣ କରୁଥିବା ବ୍ୟକ୍ତିଙ୍କ ଶବ ଉଠାଇବାକୁ ବି କେହି ଆସୁନଥିବା କଥା ଶୁଣିବାକୁ ମିଳିଥିଲେହେଁ ଏହାର ଦୃଷ୍ଟାନ୍ତ ଉଦାହରଣ ଦେଖିବାକୁ ମିଳିଛି । ଗଞ୍ଜାମ ଜିଲ୍ଲା ଶେରଗଡ ବ୍ଲକରେ ଜଣେ ଅବସରପ୍ରାପ୍ତ ପ୍ରଧାନଶିକ୍ଷକଙ୍କ ଦେହାନ୍ତ ହୋଇଛି । ମାତ୍ର କରୋନା ସନ୍ଦେହରେ ସମ୍ପର୍କୀୟ କି ସାହିବାସିନ୍ଦା କେହି ମୃତ ଦେହକୁ ଉଠାଇବାକୁ ଆସିଲେନି । ସ୍ଥାନୀୟ ସାମ୍ବାଦିକଙ୍କ ସହାୟତାରେ ଅନ୍ତିମ ସଂସ୍କାର ବ୍ୟବସ୍ଥା କରାଯାଇଛି । ସାମ୍ବାଦିକ ମାନେ ହେଲେ ମେଘନାଦ ଦାଶ, ଶଙ୍କରପ୍ରସାଦ ପ୍ରଧାନ, ଅଜିତ ପଣ୍ଡା, ଶେରଗଡ ସରପଂଚ ପ୍ରତିନିଧି ବାଲାଜି ପ୍ରଧାନ ସୁରକ୍ଷା କିଟ୍ ପିନ୍ଧି ମୃତ ପିତିମ୍ବରଙ୍କ ଶବ ସତ୍କାର ପାଇଁ ଘରୋଇ ଆମ୍ବୁଲାନ୍ସ ଯୋଗେ ବ୍ରହ୍ମପୁର ପଠାଇଥିଲେ ।

Leave A Reply

Your email address will not be published.

one × two =