ପତ୍ନୀକୁ ହତ୍ୟା କରି ମାଟିରେ ପୋତିଥିଲେ ସ୍ୱାମୀ

ରାଉରକେଲା: ପାରିବାରିକ କଳହକୁ କେନ୍ଦ୍ରକରି ଜଣେ ସ୍ୱାମୀ ତା ସ୍ତ୍ରୀକୁ ହତ୍ୟା କରି ମାଟିରେ ପୋତି ଦେଇଥିଲେ ଏବଂ ମାସେ ପରେ ସ୍ତ୍ରୀ ର ମୃତ ଦେହକୁ ପୋଲିସ ଉଦ୍ଧାର କରିଛି । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ସୁନ୍ଦରଗଡ ଜିଲ୍ଲା ବଣାଇଁ ଉପଖଣ୍ଡ ମହୁଲପଦା ଥାନା ଅନ୍ତର୍ଗତ ଫୁଲଝର ଗ୍ରାମରେ । ଫୁଲଝର ଉପରଗିନିଆ ଗ୍ରାମରେ ରହୁଥିବା ନେପାଳ ମୁଣ୍ଡାରୀ ଗୁରୁବାରିଙ୍କୁ ବିବାହ କରିଥିଲେ । ଗୁରୁବାରି ହଠାତ ନିଖୋଜ ହୋଇଯାଇଥିବା ନେଇ ନେପାଳ ନିଜ ଶ୍ୱଶୁର ବିର୍ସା ମୁଣ୍ଡାଙ୍କୁ ଜଣାଇଥିଲେ । ଏନେଇ ଗୁରୁବାରିଙ୍କ ପିତା ବିର୍ସା ମୁଣ୍ଡା ମହୁଲପଦା ଥାନା ନିଖୋଜ ନେଇ ଅଭିଯୋଗ କରିଥିଲେ । ତା ପରେ ପୋଲିସ୍ ଘଟଣାର ତଦନ୍ତ ଆରମ୍ଭ କରିଥିଲା । ପୋଲିସକୁ ଗୁପ୍ତ ସୂଚନାରୁ ଖବର ମିଳିଥିଲା ଯେ ନେପାଳ ଘରୋଇ କଳିକୁ କେନ୍ଦ୍ର କରି ତା ସ୍ତ୍ରୀକୁ ମାରି ମାଟି ତଳେ ପୋତିଦେଇଛି । ପୋଲିସ୍ ନେପାଳକୁ ପଚରାଉଚରା କରିବା ପରେ ସେ ସବୁ ମାନିଯାଇଥିଲା । ପୋଲିସ୍ ଏନେଇ ହତ୍ୟା ମାମଲା ରୁଜୁ କରି ନେପାଳଙ୍କୁ ଗିରଫ କରିଛି ।

Leave A Reply

Your email address will not be published.

19 − seventeen =