ମୃତ ଡାକ୍ତରଙ୍କୁ ଗାଁ ମଶାଣି ମନା

ବାଲିଗୁଡା: ଡାକ୍ତର ଦ୍ୱିତୀୟ ଭଗବାନ ବୋଲି ସମସ୍ତଙ୍କର ବିଶ୍ୱାସ ଓ ଧାରଣା । କାରଣ ମଣିଷକୁ ମୃତ୍ୟୁ ମୁଖରୁ ବଂଚାଇଥାଆନ୍ତି, ମାତ୍ର ପରିସ୍ଥିତିରେ ପଡି ଡାକ୍ତର ମଧ୍ୟ ନିଜ ଜୀବନକୁ ବଂଚାଇ ପାରନ୍ତି ନାହିଁ । ମହାମାରୀ ସଂକ୍ରମଣ ସମୟରେ କରୋନା ସହ ସଂଘର୍ଷ କରି ସେମାନେ ସାଜିଛନ୍ତି ଆଗ ଧାଡିର ଯୋଦ୍ଧା । ଦୁଃଖର ବିଷୟ ହେଲାଜେ କରୋନା ଯୁଦ୍ଧରେ ମୃତ୍ୟୁ ବରଣ କରିଥିବା ଡାକ୍ତରଙ୍କ ଶେଷ କୃତ୍ୟ ଗାଁ ମଶାଣିରେ କରିବାକୁ ଅନୁମତି ଦେଲେନି ସ୍ଥାନୀୟ ଲୋକ । ଡାକ୍ତରଙ୍କ ମୃତ ଶରୀର ୧୨ ଘଂଟା ଧିରି ଦାଣ୍ଡରେ ପଡିରହିଥିଲା । ଡାକ୍ତରଙ୍କ ଘର କନ୍ଧମାଳ ଜିଲ୍ଲା ଜି.ଉଦୟଗିରି । ପରିବାର ଲୋକେ ଏ ବିଷୟରେ ସ୍ଥାନୀୟ ପ୍ରଶାସନକୁ ଜଣାଇଥିଲେ । ପ୍ରଶାସନର ସହାୟତାରେ ଦୀର୍ଘ ୧୨ ଘଂଟା ପରେ ଅନ୍ୟ ଏକ ସ୍ଥାନରେ ଡାକ୍ତରଙ୍କ ସମାଧି ଦିଆଯାଇଥିଲା ।

Leave A Reply

Your email address will not be published.

one × 5 =