ଲକଡାଉନରେ କମିଛି ଦୁର୍ଘଟଣା ହାର


ଭୁବନେଶ୍ୱର- କରୋନା ଲକଡାଉନ ପାଇଁ ଦୀର୍ଘ ୪ ମାସରୁ ଉର୍ଦ୍ଧ ସମୟ ଧରି ଯାନବାହନ ଚଳାଚଳ ପ୍ରାୟତଃ ହାସ୍ର ପାଇଛି । ତେଣୁ ରାଜ୍ୟରେ ସଡକ ଦୁର୍ଘଟଣା ଓ ଦୁର୍ଘଟଣା ଜନିତ ମୃତ୍ୟୁ ସଂଖ୍ୟା ଢେର କମିଛି । ରାଜ୍ୟ ସରକାରଙ୍କ ପକ୍ଷରୁ ମିଳିଥିବା ରିପୋର୍ଟ ଅୁନଯାୟୀ ମାର୍ଚ୍ଚ ୨୪ ତାରିଖରୁ ପ୍ରଥମ ପର୍ଯ୍ୟୟ ଲକଡାଉନ ଆରମ୍ଭ ହୋଇଥିଲା । ସେହିଦିନ ଠାରୁ ମେ ୩୧ ତାରିଖ ମଧ୍ୟରେ ୬୫ ପ୍ରତିଶତ ଦୁର୍ଘଟଣାଜନିତ ମୃତ୍ୟୁ ହ୍ରାସ ପାଇଛି । ମାର୍ଚ୍ଚ ୨୪ ତାରିଖରୁ ମେ ୩୧ ତାରିଖ ମଧ୍ୟରେ ୮୩୬ ଦୁର୍ଘଟଣା ହୋଇଥିବା ବେଳ ୩୮୪ ଜଣଙ୍କ ମୃତ୍ୟୁ ହୋଇଛି ଓ ୭୨୨ ଜଣ ଆହାତ ହୋଇଛନ୍ତି । ୨୦୧୯ ମସିହାରେ ୨,୧୭୫ ଜଣ ଦୁର୍ଘଟଣାରେ ଆହାତ ହୋଇଥିବା ବେଳେ ୧୦୮୭ ଜଣଙ୍କ ସଡକ ଦୁର୍ଘଟଣାରେ ମୃତ୍ୟୁ ହୋଇଛି ।

Leave A Reply

Your email address will not be published.

3 × five =