ଚେନାଇ : ଦିନକୁ ଦିନ କରୋନା ଭୟଙ୍କର ହେବାରେ ଲାଗିଲାଣି । ତାମିଲନାଡୁ ରାଜଭବନରେ ଜଣେ ନୁହେଁ କି ଦୁଇ ଜଣ ଏକାଥରକରେ ୮୪ ଜଣ କରୋନା ସଂକ୍ରମଣର ଶୀକାର ହୋଇଛନ୍ତି । ସୂଚନା ଆଧରରେ ତାମିଲନାଡୁ ରାଜଭବନରେ ଭୟର ବାତାବରଣ ସୃଷ୍ଟି ହୋଇଛି । ତେବେ କାର୍ଯରତ ସିକୁ୍ୟରିଟି ଓ ଅଗ୍ନିଶମ କର୍ମଚାରୀଙ୍କ ନମୁନା ପଜିଟିଭ ଆସିଛି । ଏହି ୮୪ କରୋନା ସଂକ୍ରମିତ କର୍ମଚାରୀ ରାଜ୍ୟପାଳଙ୍କ ସଂସ୍ପଶରେ ଆସିନଥିବା ସୂଚନା ମିଳିଛି । ଗତ ୨୪ ଘଂଟାରେ ୪୫ ହଜାର ୭୨୦ ଆକ୍ରାନ୍ତ ହୋଇଥିବା ବେଳେ ୧୧୨୯ ଜଣଙ୍କର ଜୀବନ ନେଇଛି କରୋନା । ଏଥି ସହ ଦେଶରେ ଆକ୍ରନ୍ତଙ୍କ ସଂଖ୍ୟା ୧୨ ଲକ୍ଷ ୩୮ ହଜାର ୬୩୫ ଏବଂ ମୃତ୍ୟୁ ସଂଖ୍ୟା ୨୯ ହଜାର ୮୬୧କୁ ବୃଦ୍ଧି ପାଇଛି । ସେହିଭଳି ରାଜ୍ୟରେ ଗତ ୨୪ ଘଂଟାରେ ୧୨୬୪ ଆକ୍ରନ୍ତ ଚିହ୍ନଟ ହୋଇଛନ୍ତି ।