ଛାତ୍ରଛାତ୍ରୀଙ୍କ ଠାରୁ ଫି ନିଅନ୍ତୁ ନାହିଁ

ଅହମଦାବାଦ: କରୋନା ମହାମାରୀ କାରଣରୁ ପିଲାଙ୍କ ପାଠପଢା ଅନଲାଇନ ମାଧ୍ୟମରେ ହେଉଛି । ଯେଉଁଥିପାଇଁ ସେମାନଙ୍କୁ ଫିସ୍ ଦେବାକୁ ମଧ୍ୟ ପଡୁଛି । ଏହାକୁ ଦୃଷ୍ଟିରେ ରଖି ଗୁଜୁରାଟ ସରକାର ସ୍କୁଲମାନଙ୍କୁ ଆଦେଶ ଦେଇଛନ୍ତି ଯେ, କରୋନା ପାଇଁ ଯେତେଦିନ ଯାଏ ଶିକ୍ଷାନୁଷ୍ଟାନ ବନ୍ଦ ରହିଛି, ସେତେଦିନ ଯାଏ ଟ୍ୟୁସନ ଫି ଆଦାୟ କରନ୍ତୁ ନାହିଁ । ସରକାର ସମସ୍ତ ସ୍କୁଲ୍ ୨୦୨୦-୨୧ ଶିକ୍ଷା ବର୍ଷ ପାଇଁ ଫି ନ ବଢାଇବା ପାଇଁ ନିର୍ଦେଶ ଦେଇଛନ୍ତି । ତତସହିତ କୁହାଯାଇଛି , କୈାଣସି ଶିକ୍ଷାନୁଷ୍ଟାନ ଫି ଆଦାୟ ହୋଇପାରିବାକୁ ନେଇ ପ୍ରଥମରୁ ଅଷ୍ଟମ ଯାଏଁ ପିଲାଙ୍କୁ ସ୍କୁଲରୁ ବହିଷ୍କାର କରିପାରିବେ ନାହିଁ ।

Leave A Reply

Your email address will not be published.

4 × one =