ଭୁବନେଶ୍ୱର: ପ୍ରଥମଶ୍ରେଣୀରୁ ଯୁକ୍ତ ଦୁଇ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କର ପାଠ୍ୟକ୍ରମ (ସିଲାବସ୍) ଚଳିତ ଶିକ୍ଷାବର୍ଷରେ କମିବ । କରୋନା ସ୍ଥିତିକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଏଭଳି ନିଷ୍ପତି ନେଇଛନ୍ତି । ଏନେଇ ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁମତି ପ୍ରଦାନ କରିଥିବା ବେଳେ ବିଦ୍ୟାଳୟ ଗଣଶିକ୍ଷା ବିଭାଗ ପକ୍ଷରୁ ବୁଧବାର ଘୋଷଣା କରାଯାଇଛି । ଶିକ୍ଷାନୁଷ୍ଠାନ କେବେ ଖୋଲିବ ସେ ସମ୍ବନ୍ଧରେ ନିଷ୍ପତି ହେବା ପରେ କେତେ ପରିମାଣର ପାଠ୍ୟକ୍ରମ କମିବ ସେନେଇ ବିଭାଗ ନିର୍ଣ୍ଣୟ କରିବ ବୋଲି ବିଭାଗୀୟ ମନ୍ତ୍ରୀ ସମୀର ରଞ୍ଜନ ଗଠନ ହୋଇଥିବା । ସିଲାବସ୍ କମିଟି ସାମ୍ପ୍ରତିକ ସ୍ଥିତିକୁ ଦୃଷ୍ଟିରେ ରଖି କେତେ ପାଠ୍ୟକ୍ରମ କମିବ ସେନେଇ ନିଷ୍ପତି ନେବ । ନବମ ଓ ଦଶମ ପାଠ୍ୟକ୍ରମ ସଂକ୍ରାନ୍ତରେ ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ପକ୍ଷରୁ ଗଠନ କରାଯାଇଥିବା ସିଲାବସ୍ କମିଟି ପାଠ୍ୟଖସଡ଼ା ସଂକ୍ରାନ୍ତରେ ନିର୍ଣ୍ଣୟ କରିବ । ଏଯାବତ୍ କେବେ ଶିକ୍ଷାନୁଷ୍ଠାନ ଖୋଲିବ ନିଷ୍ପତି ହୋଇ ନଥିବାରୁ କେତେ ପରିମାଣ ପାଠ୍ୟଖସଡ଼ା କେଉଁ ବିଷୟରୁ କମିବ ତାହା ନିର୍ଦ୍ଧାରଣ କରାଯାଇ ନାହିଁ । ସେହିଭଳି ଉଚ୍ଚ ମାଧ୍ୟମିକ ଶିକ୍ଷା ପରଷଦ (ସିଏଚ୍ସିଇ) ସିଲାବସ୍ କମିଟି ପକ୍ଷରୁ ଯୁକ୍ତ ଦୁଇ ପ୍ରଥମ ଓ ଦ୍ୱିତୀୟ ବର୍ଷ ପାଠ୍ୟକ୍ରମ ପାଇଁ ସିଲାବସ୍ ସଂକ୍ଷିପ୍ତ କରିବା ନେଇ ଅବଗତ କରାଯାଇଛି । ଉକ୍ତ କମିଟି ସିଲାବାସ୍ ସଂକ୍ଷିପ୍ତ କରିବା ନେଇ କାମ କରୁଛି । ବିଭାଗୀୟ ମନ୍ତ୍ରୀ ଶ୍ରୀ ଦାଶ କହିଛନ୍ତି ଚଳିତ ଶିକ୍ଷା ବର୍ଷ କରୋନା ଯୋଗୁଁ ଶିକ୍ଷାବର୍ଷ ପ୍ରଭାବିତ ହୋଇଛି । ଏଭଳି ସ୍ଥିତିରେ ସିଲାବସ୍ କମାଇବାର ଆବଶ୍ୟକ ରହିଛି । ମୁଖ୍ୟମନ୍ତ୍ରୀ ଏଥି ନିମନ୍ତେ ଅନୁମତି ଦେଇଥିବା ବେଳେ ବିଭାଗ ଏଦିଗରେ କାମ କରୁଛି । ଶିକ୍ଷାନୁଷ୍ଠାନ ଖୋଲିବା ନେଇ ଘୋଷଣା କରାଯିବା ପରେ କେତେ କମାଇଲେ ବେଶି ପ୍ରଭାବ ବିଦ୍ୟାର୍ଥୀଙ୍କ ଉପରେ ପକାଇବନି ତାକୁ ପ୍ରାଧନ୍ୟ ଦିଆଯିବ । ସୂଚନାଯୋଗ୍ୟ କେନ୍ଦ୍ରୟ ବୋର୍ଡ ପକ୍ଷରୁ କରୋନା ଯୋଗୁଁ ପାଠ୍ୟଖସଡ଼ା କମାଯାଇଛି । ତେବେ ରାଜ୍ୟ ବୋର୍ଡ ଏଯାବତ୍ କମାଇ ନାହିଁ ।