ଟକିଲା ଦିବସ

ପ୍ରତିବର୍ଷ ଜୁଲାଇ ୨୪ ତାରିଖରେ ଟକିଲା ଦିବସ ଭାବେ ପାଳନ କରାଯାଏ । ନିଶାଯୁକ୍ତ ପାନୀୟ ଟକିଲା ସାରା ବିଶ୍ୱରେ ଲୋକପ୍ରିୟ । କେବଳ ମେକ୍ସିକୋର ଟକିଲା ସହର ଆଖପାଖରେ ଦେଖାଯାଉଥିବା ଏକ ପ୍ରକାରର ଘିଁକୁଆରି ଗଛ (ବ୍ଲୁ ଆଗାଭେ) ରୁ ଏହି ପାନୀୟ ପ୍ରସ୍ତୁତ କରାଯାଏ । ଏହି ଗଛ ଥରେ ଲଗାଇଲେ ଅମଳଯୋଗ୍ୟ ହେବା ପାଇଁ ୮ରୁ ୧୨ ବର୍ଷ ଲାଗିଯାଏ । ଟକିଲା ଉତ୍ପାଦନ ବେଶ୍ ସିମିତ ହୋଇ ରହିଛି । ଆଗାଭେ ଗଛର ଗଣ୍ଡି ( ଇଂରାଜୀରେ ପିନା) କୁ ଟକିଲା ପ୍ରସ୍ତୁତିରେ ବ୍ୟବହାର କରାଯାଏ । ପିନା ର ଓଜନ ୭୦ରୁ ୧୧୦ କିଲୋଗ୍ରାମ ହୋଇପାରେ । ପିନା କୁ କାଟି ବାହାର କରିବା ପାଇଁ ‘କୋଆ’ ନାମକ ସ୍ୱତନ୍ତ୍ର ହତିଆର ବ୍ୟବହାର କରାଯାଏ । ଯେଉଁମାନେ ‘ପିନା’ ଅମଳ କରନ୍ତି, ସେମାନଙ୍କୁ’ ନିମାଡୋର୍’ କୁହାଯାଏ । ଷୋଡଶ ଶତାବ୍ଦୀରେ ଏହା ପ୍ରଥମ ତିଆରିକରାଯାଇଥିଲା । ଆଜିକାଲି ମେକ୍ସିକୋରେ ନଅ ଶତରୁ ଅଧିକ ବ୍ରାଣ୍ଡର ଟକିଲା ମିଳୁଛି ।

Leave A Reply

Your email address will not be published.

one + 6 =