କରୋନା ପାଇଁ ରାଜ୍ୟ ସରକାରଙ୍କ ନୂଆ ଗାଇଡଲାଇନ


ଭୁବନେଶ୍ୱର- ଲୋକସଭା ଭବନରୁ କରୋନା ଆକ୍ରାନ୍ତ ଚିହ୍ନଟ ହେବାପରେ ରାଜ୍ୟ ସରକାର ନୂଆ ଗାଇଡଲାଇନ ଜାରି କରିଛନ୍ତି । ସ୍ୱାସ୍ଥ୍ୟ ବିଭାଗ ସହ ଆଲୋଚନା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ନିଷ୍ପତି ନେଇଛନ୍ତି । ଯଦି କୌଣସି ସରକାରୀ କାର୍ଯ୍ୟଳୟରୁ କରୋନା ପଜେଟିଭ ଚିହ୍ନଟ ହୁଅନ୍ତି ତେବେ ସେମାନଙ୍କ ପାଇଁ ନୂଆଗାଇଡଲାଇନ ଜାରି କରାଯାଇଛି ।
୧- କରୋନାରେ ଚିହ୍ନଟ ହୋଇଥିବା ବ୍ୟକ୍ତିଙ୍କୁ ହୋମଆଇସୋଲେସନ ବା କୋଭିଡ ସେଂଟରେ ତୁରନ୍ତ ରଖିବା ।
୨- ଆକ୍ରାନ୍ତ କଂଟାକ୍ସ ଟ୍ରେସିଂ କରାଯିବ ।
୩- ସମ୍ପୃକ୍ତ ବ୍ୟକ୍ତି ଯେଉଁ ଅଫିସରେ କାମ କରୁଥିଲେ ଏବଂ ସର୍ବସାଧାରଣ ସ୍ଥାନକୁୁ ଯାଇଥିଲେ ସେହି ସ୍ଥାନକୁ ବିଶୋଧନ କରାଯିବ ।
୪- ଯଦି ସମ୍ପୃକ୍ତ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସି ଏକାଧିକ ଆକ୍ରାନ୍ତ ବାହାରନ୍ତି ,ତେବେ ୪୮ ଘଂଟା ପାଇଁ ପୂରା ଅଫିସକୁ ସଂପୂର୍ଣ୍ଣ ସିଲ କରାଯାଇ ବିଶୋଧନ କରାଯିବ । ସମସ୍ତ କର୍ମଚାରୀଙ୍କୁ ଘରେ ରହି କାମ କରିବାକୁ କୁହାଯିବ । ଏହି ପରି ୧୨ ଟି ଗାଇଡଲାଇନ ଜାରି କରିଛନ୍ତି ରାଜ୍ୟ ସରକାର

Leave A Reply

Your email address will not be published.

four × 3 =