ପରିବା ବିକୁଛନ୍ତି ପିଏଚଡି ବିଦ୍ୟାର୍ଥୀ

ଇନ୍ଦୋର: କରୋନା ମହାମାରୀ ପାଇଁ ଠେଲା ବେପାରୀଙ୍କ କାମଧନ୍ଦା ଠପ୍ ହୋଇପଡିଛି । ଏପରିକି ଘରର ଆର୍ଥିକ ସ୍ଥତିରେ ସୁଧାର ଆଣିବା ପାଇଁ ଉଚ୍ଚ ଶିକ୍ଷିତା ଯୁବକ ଯୁବତୀ ମାନେ ଠେଲାରେ ପରିବା ବିକିବାକୁ ବାଧ୍ୟ ହେଉଛନ୍ତିି । ହେଲେ ସେମାନଙ୍କ ଉପରେ ସ୍ଥାନୀୟ ପ୍ରଶାସନର ଅକଥନୀୟ ଅତ୍ୟାଚାର କରୁଥିବାର ଅଭିଯୋଗ ଆସିଛି । ଏଭଳି ଅଭିଯୋଗ ଆଣିଛନ୍ତି ପରିବା ବିକାଳି ରାୟସା ଅନସାରୀ ନାମକ ଜଣେ ମହିଳା । ତେବେ ସ୍ଥାନୀୟ ନଗର ନିଗମ ବିରୋଧରେ ନାରାବାଜି କରିବା ବେଳେ ସେ ଅନର୍ଗଳ ଇଂରାଜୀ କହୁଥିବା ଦେଖିବାକୁ ମିଳିଛି । ଯାହାକୁ ନେଇ ସ୍ଥାନୀୟ ପ୍ରସାସନ ତାଜୁବ ହୋଇଯାଇଛି । ପ୍ରସାସନ ଅଧିକାରୀ ମହିଳାଙ୍କୁ ଅନର୍ଗଳ ଇଂରାଜୀ କିପରି କହିପାରୁଛ ବୋଲି ପଚାରିଥିଲେ । ସେତେବେଳେ ରାୟସା କହିଥିଲେ ଯେ ସେ ମଧ୍ୟପ୍ରଦେଶ ଇନ୍ଦୋର ସ୍ଥିତ ଦେବୀ ଅହଲ୍ୟା ବିଶ୍ୱବିଦ୍ୟାଳରୁ ଫିଲୋସଫି ବା ଦର୍ଶନଶାସ୍ତ୍ରରେ ପିଏଚଡି କରିଛନ୍ତି ।

Leave A Reply

Your email address will not be published.

nineteen − 11 =