କରୋନା ଯୁଦ୍ଧରେ ସିଫା ବୈଜ୍ଞାନିକ

ଭୁବନେଶ୍ୱର: କୌଶଲ୍ୟାଗଙ୍ଗ ସ୍ଥିତ କେନ୍ଦ୍ରୀୟ ମଧୁରଜଳ ଜୀବପାଳନ ସଂସ୍ଥା (ସିଫା) ର ପ୍ରତିଷ୍ଠିତ ବୈଜ୍ଞାନିକମାନେ ସାମ୍ପ୍ରତିକ ମହାମାରୀ ସମୟରେ ସେମାନଙ୍କର ବୈଜ୍ଞାନିକଜ୍ଞାନକୁ ପ୍ରତ୍ୟେକ୍ଷଭାବେ କୋଭିଡ-୧୯ ସେବା କାର୍ଯ୍ୟକ୍ରମରେ ନିୟୋଜିତ କରିଛନ୍ତି । ରାଷ୍ଟ୍ରପ୍ରତି ଥିବା କର୍ତବ୍ୟକୁ ପ୍ରତି ପାଦିତ କରିବା ପାଇଁ ସେମାନେ ଜଟଣୀଠାରେ ଥିବା ଫୁଟ୍ ଏବଂ ମାଉଥ୍ ରୋଗର ଆନ୍ତର୍ଜାତୀୟ ଗବେଷଣାଗାରରେ ଆର୍ଟିପିସିଆର୍ ପଦ୍ଧତିରେ ଓଡିଶା ସରକାରଙ୍କ ଦ୍ୱାରା ସଂଗୃହୀତ କୋଭିଡ ନମୁନାଗୁଡ଼ିକୁ ବିଶ୍ଳେଷଣ କରି ରୋଗୀଚିହ୍ନଟ ପ୍ରକ୍ରିୟାରେ ନିଜକୁ ନିୟୋଜିତ କରିଛନ୍ତି । ବିଗତ କିଛିଦିନ ହେବ ନିରନ୍ତର ଭାବେ ବୈଜ୍ଞାନିକମାନେ ଏହି ସେବା କାର୍ଯ୍ୟଚାଲୁ ରଖିଛନ୍ତି । ଏଠାରେ ଉଲ୍ଲେଖଯୋଗ୍ୟ ଯେ ନିଜ ପରିବାର ପରିଜନଙ୍କ ଠାରୁ ଦୂରରେ ରହି ସିଫାରେ କାର୍ଯ୍ୟରତ ବୈଜ୍ଞାନିକମାନେ ପର୍ଯ୍ୟାୟ କ୍ରମେ ସଂଗୃହୀତ ନମୁନା ଗୁଡ଼ିକର ପରୀକ୍ଷା ପାଇଁ ଡେପୁଟେସନ୍ରେ ଯାଉଛନ୍ତି । ପ୍ରଥମ ପର୍ଯ୍ୟାୟ(ମେ ୧୫ ରୁମେ ୩୦)ରେଡଃ ପ୍ରମୋଦ କୁମାରସାହୁ, ଡଃ ଜ୍ୟୋତିମହାନ୍ତି, ଡଃ ଆଶିଷ୍ ସାହା ଓ ଡଃ ମୃଣାଳ ସାମନ୍ତଏବଂ ଦ୍ୱିତୀୟ ପର୍ଯ୍ୟାୟ(ଜୁଲାଇ ୧ ରୁଜୁଲାଇ ୧୮)ରେଶ୍ରୀମୋହନ ବାଡେ, ଶ୍ରୀକିରନ ରସାଲ କୋଭିଡ ପରୀକ୍ଷାକରି ଫେରିଛନ୍ତି । ତୃତୀୟ ପର୍ଯ୍ୟାୟ(ଜୁଲାଇ ୨୧)ରେଶ୍ରୀ ଅନିର୍ବାଣ ପାଲ, ଶ୍ରୀ ଉଦୟ କୁମାର ଉଦିତ ଓ ଶ୍ରୀ ସତ୍ୟନାରାୟଣ ସାହୁ ପ୍ରମୁଖ ସେବାକାର୍ଯ୍ୟ ଜାରି ରଖିଛନ୍ତି । ଏହି କାର୍ଯ୍ୟକ୍ରମ ମତ୍ସ୍ୟ ସ୍ୱାସ୍ଥ୍ୟ ପରିଚାଳନା ବିଭାଗର ପ୍ରମୁଖ ବୈଜ୍ଞାନିକ ଡଃ ମୃଣାଳ ସାମନ୍ତଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ପରିଚାଳିତ ହେଉଅଛି । ପ୍ରକାଶ ଥାଉକି ବିଭିନ୍ନ ପ୍ରାକୃତିକ ବିପର୍ଯ୍ୟୟ ସମୟରେ ସିଫାର ବୈଜ୍ଞାନିକ ଓ କର୍ମଚାରୀମାନେ ସମାଜ ପ୍ରତି ସେମାନଙ୍କର କର୍ତବ୍ୟକୁ ବିଭିନ୍ନ ସେବା ମାଧ୍ୟମରେ ପ୍ରତିପାଦିତ କରିଆସିଛନ୍ତି ।ଏଭଳି ଉଦ୍ୟମକୁ ସବୁମହଲରେ ପ୍ରଶଂସା କରାଯାଇଥିବା ବେଳେ ଏପରି ସେବାକାର୍ଯ୍ୟ ଆସନ୍ତା ଦିନଗୁଡ଼ିକରେ ମଧ୍ୟ ଚାଲୁରହିବ ବୋଲି ସିଫାର ନିଦେ୍ର୍ଧଶକ ଡଃ ସରୋଜ କୁମାରସ୍ୱାଇଁ ପ୍ରକାଶକରିଛନ୍ତି ।

Leave A Reply

Your email address will not be published.

2 × one =