ମଂଚେଶ୍ୱର ଅଟା କଳରୁ ୩୫ ପଜେଟିଭ

ଭୁବନେଶ୍ୱର: ମଂଚେଶ୍ୱରରେ ଥିବା ଏକ କାରଖାନାରୁ ଆଜି ପୁଣି ୩୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଗତକାଲି ଏଠାରୁ ୨୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଗତ ସପ୍ତାହକ ମଧ୍ୟରେ ମୋଟ୍ ୬୮ ଜର କର୍ମଚାରୀ କରୋନା ଆକ୍ରାନ୍ତ ହୋଇଛନ୍ତି । ସମସ୍ତଙ୍କ୍ୁ କୋଭିଡ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିବା ବିଏମ୍ସି ପକ୍ଷରୁ କୁହାଯାଇଛି । ଏଠାରେ କାହିଁକି ଏତେ ସଂଖ୍ୟକ କର୍ମଚାରୀ କରୋନା ଆକ୍ରାନ୍ତ ହେଲେ, ସେନେଇ ବିଏମ୍ସି ପକ୍ଷରୁ ଖୋଳତାର ଆରମ୍ଭ ହୋଇଛି । ଖୁବ୍ ଶ୍ରୀଘ୍ର ବିଏମ୍ସିର ଏକ ଟିମ୍ କାରଖାନା କର୍ତୃପକ୍ଷଙ୍କୁ ପଚରାଉଚରା କରିବ ବୋଲି ଜଣାପଡ଼ିଛି । ବିଏମ୍ସିର ଜଣେ ଅଧିକାରୀଙ୍କ ସୂଚନା ଅନୁଯାୟୀ, ଏହି କାରଖାନାକୁ ସିଲ୍ କରାଯାଇଛି । ଏହାକୁ ବିଶୋଧନ କରିବାକୁ କର୍ତୃପକ୍ଷଙ୍କୁ କୁହାଯାଇଛି । କାରଖାନାର ସମସ୍ତ କର୍ମଚାରୀଙ୍କର କରୋନା ପରୀକ୍ଷା କରାଯାଉଛି । ଏହାବାଦ୍ ଏହି କାରଖାନା ମାଲିକଙ୍କନା କର୍ମଚାରୀଙ୍କ ସହ ସଂସ୍ପର୍ଶରେ ଆସିଛନ୍ତି କି ନାହିଁ, ଏଠାରୁ କେହି ଯାଇ ଅନ୍ୟ କାରଖାନାରେ କାମ କରିଚନ୍ତି କି ନାହିଁ, ସେନେଇ ସୂଚନା ଦେବାକୁ ମାଲିକଙ୍କୁ କୁହାଯାଇଛି ।

Leave A Reply

Your email address will not be published.

seven − 2 =