ପ୍ଲାଜମା ଥେରାପି ସଫଳ, ପ୍ରଥମ ରୋଗୀ ସମ୍ପୂର୍ଣ୍ଣ ସୁସ୍ଥ

ଭୁବନେଶ୍ୱର : ପ୍ଲାଜମା ନେଇଥିବା ରାଜ୍ୟର ପ୍ରଥମ ରୋଗୀ ସୁସ୍ଥ ହୋଇଛନ୍ତି । ସେ ଆଜି ହସ୍ପିଟାଲରୁ ଘରକୁ ଫେରିଛନ୍ତି । ରାଜ୍ୟରେ ପ୍ଲାଜମା ଥେରାପି ଆରମ୍ଭ ହେବା ପରେ ଏବେ ଏହା କରୋନା ମୁକାବିଲା ପାଇଁ ସହାୟକ ହେବା ନେଇ ଆଶା ସଂଚାର କରିଛି । ଅନ୍ୟପକ୍ଷରେ ପ୍ଲାଜମା ନେଇଥିବା ଅନ୍ୟ ୧୩ ଜଣ କରୋନା ଆକ୍ରାନ୍ତ ଦ୍ରୃତ ଆରୋଗ୍ୟ ହେଉଛନ୍ତି ବୋଲି ରାଜ୍ୟ ସ୍ୱାସ୍ଥ୍ର୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ କୁହାଯାଇଛି ।
ସୂଚନା ଯୋଗ୍ୟ ଯେ, ଗତ ୧୫ତାରିଖ ଦିନ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ରାଜ୍ୟରେ ପ୍ଲାଜମା ଥେରାପି ଶୁଭାରମ୍ଭ କରିଥିଲେ । ୪୮ ବର୍ଷ ବୟସ୍କା ଜଣେ ମହିଳା କରୋନା ସଂକ୍ରମଣରେ ଗୁରୁତର ଭାବେ ଅସୁସ୍ଥ ହୋଇ ଚିକିତ୍ସା ଲାଗି ଅଶ୍ୱିନୀ ହସ୍ପିଟାଲରେ ଚିକିତ୍ସିତ ହୋଇଥିଲେ । ତାଙ୍କର ସ୍ୱାସ୍ଥବ୍ୟସ୍ଥା ଅତ୍ୟନ୍ତ ଗୁରୁତର ଥିଲା ଏବଂ ତାଙ୍କୁ ଅକ୍ସିଜେନ୍ ଦିଆଯାଇଥିଲା । ମାତ୍ର ପ୍ଲାଜମା ନେବାର ୩ଦିନ ପରେ ତାଙ୍କ ସ୍ୱାସ୍ଥ୍ୟ ଦ୍ରୁତ ଉନ୍ନତି ଘଟିବା ସଙ୍ଗେ ସଙ୍ଗେ ସେ ନିଜେ ନିଶ୍ୱାସ ପ୍ରଶ୍ୱାସ ନେଇଥିଲେ । ତେବେ ସେ ସମ୍ପୂର୍ଣ୍ଣ ସୁସ୍ଥ ହେବା ସହ ଆଜି ଖୁସିରେ ଘରକୁ ଫେରିଛନ୍ତି । ରାଜ୍ୟରେ ଏବେ କଟକ ବଡ ଡାକ୍ତରଖାନା ସମେତ ୩ଟି ମେଡିକାଲରେ ପ୍ଲାଜମା ବ୍ୟାଙ୍କ ରହିଛି । ଖୁବ୍ ଶିଘ୍ର ବ୍ରହ୍ମପୁର ବଡ ଡାକ୍ତରଖାନା ଓ କ୍ୟାପିଟାଲ ହସ୍ପିଟାଲରେ ପ୍ଲାଜମା ବ୍ୟାଙ୍କ ପ୍ରତିଷ୍ଠା କରିବାକୁ ରାଜ୍ୟ ସରାକର ନିଷ୍ପତି ଗ୍ରହଣ କରିଛନ୍ତି । ପ୍ରଥମ ରୋଗୀ ସମ୍ପୂର୍ଣ୍ଣ ସୁସ୍ଥ

Leave A Reply

Your email address will not be published.

twenty − fourteen =