ଭୁବନେଶ୍ୱର: ମାଟ୍ରିକ୍ ପରୀକ୍ଷା ରେଜଲ୍ଟ ପ୍ରକାଶ ପାଇବାକୁ ଯାଉଛି । ଦିନେ ଦୁଇଦିନ ଭିତରେ ରେଜଲ୍ଟ ବାହାରିବା ନେଇ ମାଧ୍ୟମିକ ଶିକ୍ଷା ପରିଷଦ ବୋର୍ଡ ଅଧିକାରୀ କହିଛନ୍ତି । ରାଜ୍ୟରେ କରୋନା ସଂକ୍ରମଣ ଭୟରେ ଖାତା ଦେଖା ଏବଂ ମୁଲ୍ୟାୟାନ ପ୍ରକିୟା ବିଳମ୍ବ ହୋଇଥିଲା । ଏହି କାରଣରୁ ମାଟ୍ରିକ୍ ରେଜଲ୍ଟ ପ୍ରକାଶରେ ଡେରି ହେବ ବୋଲି ଅନୁମାନ କରାଯାଉଥିଲା । କେଉଁ ତାରିଖରେ ରେଜଲ୍ଟ ବାହାରିବ ସେନେଇ ଆସନ୍ତା ଦୁଇ ଦିନ ଭିତରେ ସୂଚନା ଦିଆଯିବ ବୋଲି ବୋର୍ଡ ସଭାପତି କହିଛନ୍ତି । କିନ୍ତୁ ଜୁଲାଇ ୩୧ ସୁଦ୍ଧା ରେଜଲ୍ଟ ବାହାରିଯିବାର ଅନୁମାନ କରାଯାଉଛି ।