କୋଭିଡ ଡ୍ୟୁଟି କରିବେ ପିଜି ସାରିଥିବା ୪୪୭ ଡାକ୍ତର

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧି ପାଇଛି । ଲଗାତାର ସପ୍ତାହେ ଧରି ପଜେଟିଭ ସଂଖ୍ୟା ବଢ଼ୁଥିବାରୁ ଅଧିକ ଡାକ୍ତରଙ୍କ ଆବଶ୍ୟକତା ଦେଖାଦେଇଛି । ସେଥିଲାଗି ବୋଧ ହୁଏ ପିଜି ସାରିଥିବା ୪୪୭ ଡାକ୍ତରଙ୍କୁ ସରକାର କୋଭିଡ ହସ୍ପିଟଲରେ ଓ ଟ୍ରାଉମା ସେଂଟର ଗୁଡିକରେ ନିଯୁକ୍ତି ଦେବାକୁ ପଦକ୍ଷପ ନେଉଛନ୍ତି । ଏଥିନେଇ ୩ ମେଡିକାଲ କଲେଜର ଅଧ୍ୟକ୍ଷ ତଥା ଅଧୀକ୍ଷକଙ୍କୁ ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ଚିଠି ଳେଖିଛନ୍ତି । ସମୁଦାୟ ୪୪୭ ଜଣ ଡାକ୍ତରଙ୍କୁ କୋଭିଡ଼ ହେଲ୍ଥ ସେଂଟାର୍, କୋଭିଡ୍ ହସ୍ପିଟାଲ ଓ କୋଭିଡ କେୟାର ସେଂଟର୍ରେ ନିୟାଜିତ କରାଯିବ ବୋଲି ଜଣାପଡ଼ିଛି । ଏସ୍ସିବି ମେଡିକାଲ କଲେଜ,ଏମ୍କେସିଜି ଓ ଭୀମସାର ବୁର୍ଲାରେ ମେଡିକାଲ ବଣ୍ଡ ଅନୁଯାୟୀ ପିଜି ଶେଷ କରିଥିବା ୪୪୭ ଜଣ ଡାକ୍ତର ବିଭିନ୍ନ ବିଭାଗ ଓ ନିକଟବର୍ତୀର ମେଡିକାଲ ଗୁଡ଼ିକରେ ୨ବର୍ଷ ପାଇଁ କାର୍ଯ୍ୟ କରିବାର ନିୟମ ରହିଛି । ମାତ୍ର ରାଜ୍ୟରେ ଏବେ କରୋନା ସଂକ୍ରମଣ ଦ୍ରୁତି ଗତିରେ ବୃଦ୍ଧି ପାଇବା ସହ ମୃତ୍ୟୁ ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି । ଏଭଳି ପରିସ୍ଥିତିରେ ଅଧିକରୁ ଅଧିକ ବିଶେଷଜ୍ଞ ଡାକ୍ତରଙ୍କ ଆବଶ୍ୟକତା ରହିଛି । ତେଣୁ ସଂପୃକ୍ତ ପିଜି ଡାକ୍ତରମାନେ ୧୪ ଦିନ ପାଇଁ କୋଭିଡ ହସ୍ପିଟାଲ କୋଭିଡ ହେଲ୍ଥ ସେଂଟର କୋଭିଡ କେୟାର ସେଂଟର୍ରେ କାର୍ଯ୍ୟ କରିବେ । ପରବର୍ତୀ ସମୟରେ ୧୪ ଦିନ ପାଇଁ ସରକାର ସଙ୍ଗରୋଧ ବ୍ୟବସ୍ଥାରେ ରହିବେ । ଗୋଟିଏ ଟିମ୍ର କାର୍ଯ୍ୟ ଶେଷ ହେବା ପରେ ଆଉ ଗୋଟିଏ ଟିମ୍ ଏହି କାର୍ଯ୍ୟରେ ନିୟୋଜିତ ହେବେ । ଫଳରେ ଜଣେ ଡାକ୍ତର ଅତି କମ୍ରେ ୧ ମାସ ପାଇଁ ଏଥିରେ ନିୟୋଜିତ ହୋଇପାରିବେ ବୋଲି ବିଭାଗ ପକ୍ଷରୁ କୁହାଯାଇଛି ।

Leave A Reply

Your email address will not be published.

2 × four =