ଅଗ୍ନିବୀରଙ୍କ ଲାଗି ବିଏସଫରେ ସ୍ଥାନ ସଂରକ୍ଷଣ

ନୂଆଦିଲ୍ଲୀ : ଅଗ୍ନିବୀର ଚାକିରି କରିବା ଲାଗି କେନ୍ଦ୍ର ସରକାରଙ୍କ ପକ୍ଷରୁ ବହୁ ସୁବିଧା ଦିଆଯାଇଥିଲା ବେଳେ ଏହା ନିର୍ଦ୍ଧିଷ୍ଟ ସମୟସୀମା ଲାଗି ହୋଇଥିବାରୁ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ସେବା ନିବୃତ ଅଗ୍ନିବୀରମାନଙ୍କ ପାଇଁ ବିଏସଫରେ ଚାକିରି ଲାଗି ସ୍ଥାନ ସଂରକ୍ଷଣ ବ୍ୟବସ୍ଥା ଲାଗୁ କରିଛନ୍ତି । ଅଗ୍ନିବୀର ପ୍ରଥମ ବା ଯେଉଁ ବ୍ୟାଚର ହେଉ ପଛେ ସେମାନେ ବିଏସଫରେ କନଷ୍ଟେବଳ ପଦବୀରେ ଚାକିରି କରିବାକୁ ଚାହିଁଲେ ସେଥିଲାଗି ୧୦% ସ୍ଥାନ ସଂରକ୍ଷଣ ବ୍ୟବସ୍ଥା ଲାଗୁ କରାଯାଇଛି । ଏପରି ଚାକିରି ନିମିତ ସର୍ବାଧିକ ବୟସସୀମା ପ୍ରଥମବର୍ଷର ଅଗ୍ନିବୀରଙ୍କ ଲାଗୁ ୫ବର୍ଷ ଓ ପରବର୍ତୀ ବର୍ଷଗୁଡିକ କ୍ଷେତ୍ରରେ ଏହାକୁ ୩ବର୍ଷ ଲେଖାଏଁ କୋହଳ କରାଯାଇଛି । ଏମାନେ ଯେଉଁ ବର୍ଷ ଚାକିରି କରିଥାନ୍ତୁ ନା କାହିଁକି ସେବା ନିବୃତ ହେଲେ ସ୍ଥାନ ସଂରକ୍ଷଣ ସୁବିଧା ହାସଲ କରିପାରିବେ । ଏଥିଲାଗି କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପକ୍ଷରୁ ଉକ୍ତ ନିଷ୍ପତି ଗ୍ରହଣ କରାଯାଇଛି । ସୂଚନାଯୋଗ୍ୟ, ‘ଅଗ୍ନିବୀର’ ନିଯୁକ୍ତି ପ୍ରସ୍ତାବ ଆଗତ କରାଗଲା ବେଳେ ଏଥିନେଇ ଦେଶର ବିଭିନ୍ନ କୋଣଅନୁକୋଣରୁ ସମାଲୋଚନା କରାଯାଇଥିଲା । ତାହା ସତ୍ୱେ ଅଗ୍ନିବୀର ନିଯୁକ୍ତି ନେଇ କେନ୍ଦ୍ର ସରକାର ନିଷ୍ପତିରେ ଅଟଳ ରହିଥିଲେ ।

Leave A Reply

Your email address will not be published.

three × 4 =