ନୂଆଦିଲ୍ଲୀ: ପେଟ୍ରୋଲ ଓ ଡିଜେଲର ବଢୁଥିବା ବେଳେ ତୈଳ କମ୍ପାନୀ ଗୁଡିକ ଆଜି ଅଣ ରିହାତି  ୧୯ କେଜି ସିଲିଣ୍ଡର ପିଛା ମୂଲ୍ୟ  ୭୩.୫୦ ଟଙ୍କା ବୃଦ୍ଧି କରିଛନ୍ତି ।  ଫଳରେ  ଦିଲ୍ଲୀରେ ୧୯ କେଜି ବ୍ୟବସାୟିକ ଗ୍ୟାସ ସିଲିଣ୍ଡର ଦାମ ୧୫୫୦ ଟଙ୍କାରୁ ୧୬୨୩ ଟଙ୍କାକୁ ବୃଦ୍ଧି ପାଇଛି ।  ଅଣ ରିହାତି  ଗ୍ୟାସ ସିଲିଣ୍ଡରର ଦାମ ବୃଦ୍ଧି ଫଳରେ ପୁଣି ଖାଦ୍ୟ ସାମଗ୍ରୀର ଦାମ ବଢିବ ବୋଲି ଆଶଙ୍କା ସୃଷ୍ଟି ହୋଇଛି । 
 ଉଲ୍ଲେଖଯୋଗ୍ୟ, ୧୦/୧୨ ଦିନ ମଧ୍ୟରେ ତୈଳ ଦର ବୃଦ୍ଧି ହୋଇନଥିବା ବେଳେ ସରକାରୀ ତୈଳ କମ୍ପାନିମାନେ ଗ୍ୟାସ ସିଲିଣ୍ଡରର ଦାମ ବୃଦ୍ଧି କରି ପୁଣି ଖାଉଟିଙ୍କ ଉପରେ ମହଙ୍ଗା ମାଡ଼ କରିଛନ୍ତି ।
 
			