ଅମୀର ଖାନ୍‌ କରୋନା ସଂକ୍ରମିତ

ମୁମ୍ବଇ: କରୋନା କବଳରେ ବଲିଉଡ଼୍‌। ପୂର୍ବରୁ ବଲିଉଡ଼ର ଅନେକ ଅଭିନେତା, ଅଭିନେତ୍ରୀ, ନିର୍ମାତା, ନିର୍ଦେଶକମାନେ କରୋନା ସଂକ୍ରମିତ ହୋଇଥିବା ବେଳେ ଏବେ ଅଭିନେତା ଅମୀର ଖାନ୍‌ କରୋନା ସଂକ୍ରମିତ ହୋଇଛନ୍ତି। ଏନେଇ ଅମୀରଙ୍କ ମୁଖପାତ୍ର ବୁଧବାର ସୂଚନା ଦେଇଛନ୍ତି। ମୁଖପାତ୍ର କହିଛନ୍ତି, ସେ ଏବେ ନିଜ ଘରେ ସଙ୍ଗରୋଧରେ ଅଛନ୍ତି। ଏହାସହିତ ଡାକ୍ତରଙ୍କ ପରାମର୍ଶ କ୍ରମେ ସମସ୍ତ ସତର୍କତା ଅବଲମ୍ବନ କରୁଛନ୍ତି ଏବଂ ସେ ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି। ଗତ କିଛିଦିନ ମଧ୍ୟରେ ଯେଉଁମାନେ ତାଙ୍କ ସମ୍ପର୍କରେ ଆସିଛନ୍ତି, ସେ ସମସ୍ତେ କରୋନା ପରୀକ୍ଷା କରାଇ ନିଅନ୍ତୁ। ଆପଣ ସମସ୍ତଙ୍କ ଭଲପାଇବା ଓ ଆଶୀର୍ବାଦ ପାଇଁ ଧନ୍ୟବାଦ।

Leave A Reply

Your email address will not be published.

thirteen − seven =