ଅମ୍ଲଜାନ ଯୋଗାଣ କରାନଯିବା ଗଣହତ୍ୟା ଠାରୁ କିଛି କମ୍ ନୁହେଁ : ଆଲ୍ଲାହାବାଦ ହାଇକୋର୍ଟ

ଆଲ୍ଳାହାବାଦ: ଅମ୍ଲଜାନ ଯୋଗାଣ କରାନଯିବା ଦ୍ୱାରା କୋଭିଡ-୧୯ ଆକ୍ରାନ୍ତ ଲୋକମାନେ ପ୍ରାଣ ହରାଇବା ଏକ ଅପରାଧମୂଳକ କାର୍ଯ୍ୟ ଏବଂ ଏକ ଗଣହତ୍ୟା ଠାରୁ କିଛି କମ୍ ନୁହେଁ ବୋଲି ଆଲ୍ଲାହାବାଦ ହାଇକୋର୍ଟ ଆଜି କଡା ମନ୍ତବ୍ୟ ଦେଇଛନ୍ତି । ଅଦାଲତ କହିଛନ୍ତି ଯେ, ଏଭଳି ଯୋଗାଣ ସୁନିଶ୍ଚିତ କରିବା ଦାୟିତ୍ୱ ଯେଉଁମାନଙ୍କୁ ଦିଆଯାଇଛି ସେମାନେ ଏଥିପାଇଁ ଦାୟୀ ରହିବେ । ଦେଶରେ କରୋନା ସଂକ୍ରମଣର ଦ୍ୱିତୀୟ ଲହରକୁ ନେଇ ସୃଷ୍ଟି ହୋଇଥିବା ଗୁରୁତର ପରିସ୍ଥିତିକୁ ନେଇ ଉଚ୍ଚ ନ୍ୟାୟାଳୟ ଗଭୀର ଉଦ୍‌ବେଗ ପ୍ରକାଶ କରିଛନ୍ତି ।
ମଙ୍ଗଳବାର ଆଲ୍ଲାହାବାଦ ଉଚ୍ଚ ନ୍ୟାୟଳୟ ଦେଶରେ ଥିବା ଡାକ୍ତରଖନାଗୁଡିକୁ ଅମ୍ଲାଜନ ଯୋଗାଣ ଅଭାବରୁ କୋଭିଡ୍ ଆକ୍ରାନ୍ତ ରୋଗୀ ପ୍ରାଣ ହରାଉଥିବା ଘଟଣା ଉଚ୍ଚନ୍ୟାୟାଳୟକୁ ବ୍ୟଥିତ କରିଛି । ଏହି ଯୋଗାଣ ସୁନିଶ୍ଚିତ କରିବା ଦାୟିତ୍ୱ ଯେଉଁମାନଙ୍କ ଉପରେ ନ୍ୟସ୍ତ କରାଯାଇଛି ସେମାନଙ୍କ କ୍ଷେତ୍ରରେ ଏହା ଅପରାଧମୂଳକ କାର୍ଯ୍ୟକଳାପ ଏବଂ ନରସଂହାର ଠାରୁ କିଛି କମ୍ ନୁହେଁ ବୋଲି ଉଚ୍ଚ ନ୍ୟାୟାଳୟର ଜଷ୍ଟିସ୍ ଅଜିତ କୁମାର ଓ ଜଷ୍ଟିସ ସିଦ୍ଧାର୍ଥ ବର୍ମାଙ୍କୁ ନେଇ ଗଠିତ ଖଣ୍ଡପୀଠ ଦର୍ଶାଇବା ସହିତ ତଦନୁରୂପ ରାୟ ଶୁଣାଇଛନ୍ତି । ମାନ୍ୟବର ଉଚ୍ଚ ନ୍ୟାୟାଳୟ ଦେଶରେ କୋଭିଡ୍ ୧୯ ସଂକ୍ରମଣ ବୃଦ୍ଧି ପରିପ୍ରେକ୍ଷୀରେ ଡାକ୍ତରଖାନାଗୁଡିକରେ ଅମ୍ଲାଜନା ଅଭାବ ଜନିତ ପରିସ୍ଥିତି ସମ୍ପର୍କରେ ବିଚାର କରିଥିଲେ । ଅମ୍ଲଜାନ ଅଭାବରୁ ଦେଶରେ ଅନେକ କୋଭିଡ ରୋଗୀ ପ୍ରାଣ ହରାଉଥିବା ନେଇ ବିଭିନ୍ନ ସାମାଜିକ ଗଣମାଧ୍ୟମରେ ପ୍ରକାଶ ପାଉଥିବା ଖବରକୁ ଅଦାଲତ ବିଚାରକୁ ନେଇଥିଲେ । ମାନ୍ୟବର ଖଣ୍ଡପୀଠ ମଧ୍ୟ ଅମ୍ଲଜାନ ସିଲିଣ୍ଡର ଅସାଧୁ ଭାବରେ ମହଜୁଦ ରଖାଯାଉଥିବା ଏବଂ ନିତାନ୍ତ ଆବଶ୍ୟକ କରୁଥିବା ଲୋକଙ୍କୁ ନାନା ଭାବରେ ହଇରାଣ ହରକତ କରାଯାଉଥିବା ସମ୍ପର୍କରେ ଅବଗତ ହୋଇଥିଲେ । ଦେଶର ବିଭିନ୍ନ ସ୍ଥାନରେ ଥିବା ଡାକ୍ତରଖାନାଗୁଡିକରେ ଅମ୍ଲଜାନ ନିଅଂଟ ହେଉଥିବା ଏବଂ ସେହି କାରଣରୁ ରୋଗୀ ପ୍ରାଣ ହରାଉଥିବା ଖବରକୁ ନେଇ ଉଚ୍ଚ ନ୍ୟାୟାଳୟ କ୍ଷୋଭ ପ୍ରକାଶ କରିବା ସହିତ ସରକାରଙ୍କ ବିବୃତି ଏଭଳି ବିଷୟରେ ସଂପୂର୍ଣ୍ଣ ବିପରୀତ ହୋଇଥିବା ଦର୍ଶାଇଛନ୍ତି । ଦେଶରେ ପର୍ଯ୍ୟାପ୍ତ ଅମ୍ଲାଜାନ ଯୋଗାଇ ଦିଆଯାଉଥିବା ସରକାରଙ୍କ ପକ୍ଷରୁ କୁହାଯାଉଛି । ସରକାରଙ୍କ ପକ୍ଷରୁ ସୃଷ୍ଟି କରାଯାଇଥିବା ଅନ୍‌ଲାଇନ୍ ପୋର୍ଟାଲର ସାଂପ୍ରତିକ ପରିଚାଳନା ଦେଶରେ କୋଭିଡ-୧୯ ଡାକ୍ତରଖାନାଗୁଡିକର ପରିଚାଳନା କ୍ଷେତ୍ରରେ ବିଫଳ ହୋଇଥିବା ଅଦାଲତ ଉଲ୍ଲେଖ କରିଛନ୍ତି ।

Leave A Reply

Your email address will not be published.

twelve − 11 =