ବାଲୁଗାଁ: କରୋନା ସଂକ୍ରମଣର ଦ୍ୱିତୀୟ ଲହର ଦେଇ ଭାରତ ଗତି କରୁଥିବା ବେଳେ ପଜିଟିଭ୍ଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ତେଣୁ ଭାରତୀୟ ନେସସେନାର ପ୍ରାରମ୍ଭିକ ପ୍ରଶିକ୍ଷଣ ପ୍ରତିଷ୍ଠାନ, ଆଇଏନ୍ଏସ୍ ଚିଲିକା, ନୌସେନା ଅଧିକାରୀ ଇନ୍ଚାର୍ଜ ଓଡ଼ିଶାଙ୍କ ଆନୁକୂଲ୍ୟରେ ଖୋର୍ଦ୍ଧା ଜିଲ୍ଲାପାଳ ଏସ୍ କେ ମହାନ୍ତିଙ୍କ ସହ ସମନ୍ୱୟ ରକ୍ଷା କରି ଆଇଏନ୍ଏସ୍ ଚିଲିକାରେ ଏକ କୋଭିଡ୍ କେୟାର ସେଣ୍ଟର କରାଯାଇଛି । କୋଭିଡ୍ କ୍ଷେତ୍ରରେ ବୃଦ୍ଧି ପାଉଥିବା ସଂକ୍ରମଣର ମୁକାବିଲା କରିବା ପାଇଁ ନୌସେନା ଷ୍ଟେସନ ଓ ଚିଲିକା ମଧ୍ୟରେ ପ୍ରଶିକ୍ଷାର୍ଥୀମାନଙ୍କ ଆବାସ ଗୃହରେ ରୋଗୀମାନଙ୍କ ପାଇଁ ୧୫୦ ଶଯ୍ୟା ବିଶିଷ୍ଟ ଏକ କେନ୍ଦ୍ର କରାଯାଇଛି । ଏହା ସହିତ ଅମ୍ଳଜାନ ଆବଶ୍ୟକ ଥିବା ରୋଗୀଙ୍କ ପାଇଁ ଆଇଏନ୍ଏସ୍ ଚିଲିକାର ଡାକ୍ତରଖାନା ଆଇଏନ୍ଏଚ୍ଏସ୍ ନିଭାରିଣୀ ଠାରେ ଅତିରିକ୍ତ ୧୫ ଶଯ୍ୟା ଉପଲବ୍ଧ କରାଯାଇଛି । ଜିଲ୍ଲା ମେଡିକାଲ୍ କର୍ତ୍ତୃପକ୍ଷଙ୍କ ଡାକ୍ତର, ପାରାମେଡିକାଲ୍ କର୍ମଚାରୀଙ୍କ ସହିତ ଏକ ଉତ୍ସର୍ଗୀକୃତ କୋଭିଡ୍ କେୟାର ସେଣ୍ଟର ସୁବିଧାରେ ୨୪ ଘଣ୍ଟିଆ କାମ କରିବ । ରୋଗୀମାନେ ସମସ୍ତ ସତର୍କତା ବୁଝିବା ପାଇଁ ଲିଫ୍ଲେଟ୍ ବିତରଣ କରିବାର ଯୋଜନା କରାଯାଇଛି । ରୋଗୀମାନଙ୍କୁ ଏକ ନିରାପଦ ଏବଂ ଆରାମଦାୟକ ରହଣୀ ପାଇଁ ଆଇଏନ୍ଏସ୍ ଚିଲିକା ପକ୍ଷରୁ ସମସ୍ତ ସୁବିଧା ଯୋଗାଇ ଦିଆଯିବ । ପୁନଶ୍ଚ ଏହି କୋଭିଡ୍ କେୟାର ସେଣ୍ଟର ପ୍ରସ୍ତୁତ ପାଇଁ ୟୁନିଟ୍ ଦ୍ୱାରା ସମସ୍ତ ପ୍ରସ୍ତୁତି କାର୍ଯ୍ୟ ବୃଦ୍ଧି କରାଯାଇଛି । ଆଡମିସନ ଚାହୁଁଥିବା ରୋଗୀମାନଙ୍କ ପାଇଁ ଯୋଗଯୋଗର ଏକ ବିନ୍ଦୁ ହେଉଛି କମ୍ୟୁନିଟି ସ୍ୱାସ୍ଥ୍ୟ କେନ୍ଦ୍ର, ବାଲୁଗାଁ । ଷ୍ଟେସନ ମଧ୍ୟରେ ସଂକ୍ରମଣ ନିୟନ୍ତ୍ରଣ ପାଇଁ ନୀତି ଅନୁଯାୟୀ ସମସ୍ତ ସତର୍କତା ଏବଂ ପଦକ୍ଷେପ, ଷ୍ଟେସନ ସମ୍ପ୍ରଦାୟକ ପାଇଁ ବିଚ୍ଛିନ୍ନତା ଏବଂ ସଙ୍ଗରୋଧର ସମସ୍ତ ବ୍ୟବସ୍ଥା ଯଥାସ୍ଥାନରେ କରାଯାଇଛି ।