ଭୁବନେଶ୍ୱର- ଆଇପିଏସ୍ ସ୍ତରରେ ବଡ ଅଦଳ ବଦଳ କରିଛନ୍ତି ରାଜ୍ୟ ସରକାର । ଭୁବନେଶ୍ୱର ଓ କଟକ ପାଇଁ ନୂଆ ଡିସିପି ନିଯୁକ୍ତ କରାଯାଇଛି । ପୁରୀ ଏସପି ଉମାଶଙ୍କର ଦାଶ ଭୁବନେଶ୍ୱର ଡିସିପି ହୋଇଥିବା ବେଳେ କନ୍ଧମାଳ ଏସପି ଭୁବନେଶ୍ୱର ଇନଚାର୍ଜ ଡିସିପି ଥିବା ଅନୁପ ସାହୁଙ୍କର କିଛି ଦିନ ତଳେ ପଦୋନ୍ନତି ହୋଇଥିଲା । ତେଣୁ ତାଙ୍କୁ ଗୁଇନ୍ଦା ବିଭାଗର ଡିଆଇଜି ଭାବେ ନିଯୁକ୍ତି ମିଳିଛି । ସେହିଭଳି କଟକ ତଥା ଆଇପିଏସ୍ ଅଖିଳେଶ୍ୱର ସିଂ ଙ୍କୁ ପୁରୀ ଏସପି ଭାବେ ନିଯୁକ୍ତି ଦିଆଯାଇଛି । ଡେପୁଟେସନରୁ ଫେରିଥିବା ବରିଷ୍ଠା ଆଇପିଏସ୍ ଏମ୍ ଅକ୍ଷୟଙ୍କୁ ପୁଲିସ ଗୃହ ନିର୍ମାଣ ଅଧ୍ୟକ୍ଷ କରାଯାଇଥିବା ବେଳେ ଅନ୍ୟ ବରିଷ୍ଠ ଅଧିକାରୀମାନଙ୍କୁ ଇନଚାର୍ଜ ଦାୟିତ୍ୱରୁ କାଢି ସଂପୂର୍ଣ୍ଣ ଦାୟିତ୍ୱ ଦିଆଯାଇଛି ପ୍ରତୀକ ସିଂହ କଟକ ଡିସିପି ଭାବେ ନିଯୁକ୍ତି ପାଇଛନ୍ତି । ସେହିଭଳି ସତ୍ୟଜିତ୍ ମହାନ୍ତି ହେଲେ ଡିଜି FS & CG, HG । ଲଳିତ ଦାସ ହେଲେ ଏଡିଜି କମ୍ୟୁନିକେସନ । ରାଧାକୃଷ୍ଣ ଶର୍ମା ହେଲେ ଗୁଇନ୍ଦା ନିର୍ଦେଶକ । ସୌମେନ୍ଦ୍ର ପ୍ରିୟଦର୍ଶୀ ହେଲେ ଏଡିଜି କ୍ରାଇମବ୍ରାଂଚ । ସାଗରିକା ନାଥ ହେଲେ ସୁନ୍ଦରଗଡ ଏସ୍ପି । ସେହିଭଳି ୧୯୯୫ ବ୍ୟାଚ୍ ଆଇପିଏସ୍ ଆର୍କେ ଶର୍ମାଙ୍କୁ ଇଂଟେଲିଜେନ୍ସି ଡାଇରେକ୍ଟର ଦାୟିତ୍ୱ ଦିଆଯାଇଛି । ସେହିପରି ଗଜପତି ଏସପି ସାରା ଶର୍ମାଙ୍କୁ ଭିଜିଲାନ୍ସ ମୁଖ୍ୟ ଦାୟିତ୍ୱ ଦିଆଯାଇଛି । ସୁନ୍ଦରଗଡ ଏସପି ସୌମ୍ୟା ମିଶ୍ରଙ୍କୁ ଭୁବନେଶ୍ୱର ଟ୍ରାଫିକ୍ ଡିସିପି ଦାୟିତ୍ୱ ଦିଆଯାଇଛି ।