ଆଇସିଏସସି ଓ ଆଇଏସସି ୨୦୨୦-୨୧ ବର୍ଷ ଲାଗି ହ୍ରାସ ହେଲା ସିଲାବସ୍, ସିଆଇଏସସିଙ୍କ ନିଷ୍ପତି ଜାଣନ୍ତୁ

ନୂଆଦିଲ୍ଲୀ- କରୋନା ଭାଇରସ୍ ସଂକ୍ରମଣ ଯୋଗୁ ସାରା ଦେଶ ଏବେ ଲକ୍ଡାଉନରେ ରହିଛି । ସ୍କୁଲ ଓ କଲେଜ ବନ୍ଦ ଥିବା ବେଳେ ପିଲାଙ୍କ ପାଠପଢା ମଧ୍ୟ ପ୍ରଭାବିତ ହେଉଛି । ଏଣୁ ୨୦୨୦-୨୧ ଶିକ୍ଷାବର୍ଷରେ ଆଇସିଏସି ଓ ଆଇଏସସି ବୋର୍ଡ ପରୀକ୍ଷା ଲାଗି କାଉନସିଲ୍ ଫର ଇଣ୍ଡିଆନ୍ ସ୍କୁଲ୍ ସରର୍ଟିଫିକେଟ୍ ଏକ୍ସାମିନେସନ ( ସିଆଇଏସସିଇ) ସିଲାବସ ହ୍ରାସ କରିଛନ୍ତି । ଏ ନେଇ ଜୁଲାଇ ୩ ତାରିଖରେ ମୁଖ୍ୟ କାର୍ଯ୍ୟ ନିର୍ବାହୀ ତଥା ପରିଶଦର ସାଧାରଣ ସମ୍ପାଦକ ଗ୍ୟାରି ଆର୍ଥୁନ୍ ଏକ ସିକ୍ୟୁଲାର ଜାରି କରିଛନ୍ତି । ଯେଉଁଥିରେ ଆର୍ଥୁନ କହିଛନ୍ତି ଯେ ସ୍କୁଲ ବନ୍ଦ ରହିବା ଛାତ୍ରଛାତ୍ରୀଙ୍କ ପାଠପଢାରେ ଗଭୀର ବାଧା ସୃଷ୍ଟି କରିଛି । ତେବେ ସ୍କୁଲ ଗୁଡିକ ଅନଲାଇନ ଜରିଆରେ ଛାତ୍ରଛା୍ରତୀଙ୍କୁ ପାଠ ପଢାଇବାକୁ ଉଦ୍ୟମ କାରୁଛନ୍ତି । ତା ସତ୍ୱେ ପିଲାଙ୍କ ପାଠପଢା କ୍ଷତିଗ୍ରସ୍ତ ହେଉଛି । ଏଣୁ ସିଆଇଏସସିଇ ନବମ, ଦଶମ, ଏକାଦଶ ଓ ଦ୍ୱାଦଶ ପରୀକ୍ଷାରେ ସିଲାବସ୍ କମ୍ କରିବାକୁ ନିଷ୍ପତି ନେଇଛନ୍ତି । ପରିଷଦଙ୍କ ନିଷ୍ପତି ସିଆଇଏସସିଇ ଡଟ୍ ଓଆରଜିରେ ପ୍ରକାଶିତ ହୋଇଛି । ସିଆଇଏସସିଇ ଜାରି କରିଥିବା ସିଲାବସ୍ ଅନୁସାରେ ଏବେ ଛାତ୍ରଛାତ୍ରୀଙ୍କୁ ପାଠ ପଢାଇବା ଲାଗି ସ୍କୁଲ ମାନଙ୍କୁ ନିର୍ଦେଶ ଦିଆଯାଇଛି । ଏହା ଦ୍ୱାରା ଛାତ୍ରଛାତ୍ରୀ ସିଲାବସ୍ ଶେଷ ହୋଇ ପାରିବା ସହ ପରିକ୍ଷା ଦେବାରେ କୌଣସି ଅସୁବିଧା ହେବ ନାହିଁ ବୋଲି କହିଛନ୍ତି ।

Leave A Reply

Your email address will not be published.

fifteen − 7 =