ଭୁବନେଶ୍ୱର- ଏବେ ହୋମ ଓ ପେଡ ଆଇସୋଲେସନରେ ଥିବା ବ୍ୟକ୍ତିଙ୍କ  ଉପରେ  କଡା ନଜର ରଖିବ ବିଏମସି । ୨୪ ଘଂଟିଆ ଡାକ୍ତରୀ ସେବା ଓ ପରାମର୍ଶ ଯୋଗାଇବା ପାଇଁ ବିଏମସି ପକ୍ଷରୁ ବ୍ୟବସ୍ଥା ହୋଇଛି । ଏନେଇ ଭୁବନେଶ୍ୱର ମହାନଗର ନିଗମ ନୂଆ ଏସଓପି ଜାରି କରିଛନ୍ତି । ପ୍ରତ୍ୟେକ ଆକ୍ରାନ୍ତଙ୍କ ପାଇଁ ୨୪ ଘଂଟିଆ ଟେଲିଫୋନ ସେବା  ଉପଲବ୍ଧ ରହିବ । ଯେ କୌଣସି ଅସୁବିଧା ହେଲେ ୧୮୦୦୩୪୫୦୦୬୧ ଏବଂ ୦୬୭୪-୨୪୩୧୨୫୩ ନମ୍ବର ଫୋନ କରି ସ୍ୱାସ୍ଥ୍ୟ ସଂପର୍କରେ ଅବଗତ  ହୋଇପାରିବେ । ଯେଉଁଥିରେ ଆୟୂଷ ଡାକ୍ତର ଓ ସହାୟକ  ହେବେ । ତିନୋଟି ସିଫ୍ଟରେ ଡାକ୍ତରଙ୍କୁ ନିୟୋଜିତ କରାଯାଇଛି । ଏତଦ୍ ବ୍ୟତିତ ପ୍ରତ୍ୟେକ ଜୋନରରେ ଗୋଟିଏ ଲେଖାଏଁ ଆମ୍ବୁଲାନ୍ସ ରହିବ ଓ ଆକ୍ରାନ୍ତଙ୍କୁ କେଉଁଠାକୁ  ସ୍ଥାନାନ୍ତରିତ କରାଯିବ ସେ ନେଇ ସବିଶେଷ ତଥ୍ୟ ରଖାଯିବ ବୋଲି ଏସଓପିରେ ଉଲ୍ଲେଖ ରହିଛି ।