ଭୁବନେଶ୍ୱର- ଜୁଲାଇ ଅପେକ୍ଷା ଅଗଷ୍ଟ ମାସରେ କରେନା ସଂକ୍ରମିତଙ୍କ ସଂଖ୍ୟା ରେକର୍ଡ ପାର କରୁଛି । ତେଣୁ ଆଉ ମାସେ ଆମ ପାଇଁ ଗୁରୁତ୍ୱପୂର୍ଣ୍ଣ । ଆମକୁ ସର୍ତକ ହୋଇ ରହିବାକୁ ପଡିବ ବୋଲି ବିଏମସି କମିଶନର କହିଛନ୍ତି । ଭଚବନେଶ୍ୱରରେ ସେରୋଲୋଜିକାଲ ସର୍ଭେ କରାଯାଇଥିଲା । ସର୍ଭେ ରିପୋର୍ଟ ଅନୁଯାୟୀ ବହୁ କମ୍ ଲୋକଙ୍କ ଦେହରେ ଆଂଟିବଡି ରହିଛି । ସଂକ୍ରମଣ ନିୟନ୍ତ୍ରଣଧୀନ ରହିଛି । ଅନ୍ୟ ସହର ତୁଳନାରେ ଭୁବନେଶ୍ୱର କମ ପ୍ରଭାବିତ ହୋଉଛି ବୋଲି କମିଶନର ପ୍ରେମଚନ୍ଦ୍ର ଚୈଧୁରୀ କହିଛନ୍ତି । ତେଣୁ ସମସ୍ତେ ନିୟମ ମାନିବାକୁ କମିଶନର ଅନୁରୋଧ କରିଛନ୍ତି । ଭୁବନେଶ୍ୱରରେ ଆକ୍ରନ୍ତଙ୍କ ସଂଖ୍ୟା ୨୬୧୮ ପଂହଚିଛି । ମହାନଗର ଅଂଚଳରେ ୪୦% କୋଭିଡ ବେଡ ଫାଙ୍କା ରହିଛି ।