ଆକାଶ ମାର୍ଗରୁ ବନ୍ୟା ସ୍ଥିତିର ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ


ଭୁବନେଶ୍ୱର- ,ଆଜି ଅପରାହ୍ନରେ ଆକାଶ ମାର୍ଗରୁ ବନ୍ୟା ସ୍ଥିତିର ଅନୁଧ୍ୟାନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହାପରେ ବରିଷ୍ଠ ଅଧିକାରୀଙ୍କ ସହ ବୈଠକରେ ଯୋଗ ଦେବେ ମୁଖ୍ୟମନ୍ତ୍ରୀ । ଏନେଇ ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ । ରାଜ୍ୟରେ ସୃଷ୍ଟି ହୋଇଥିବା ବନ୍ୟା ଯୋଗୁଁ ୨୦ ଜିଳ୍ଲା ପ୍ରଭାବିତ ହୋଇଛି । ଯାଜପୁର, ବାଲେଶ୍ୱର, କେନ୍ଦ୍ରାପଡା, ପୁରୀ, ଜଗତସିଂହପୁର, ପୁରୀ, କଟକ, ଖୋର୍ଦ୍ଧା, ସମ୍ବଲପୁର, ସୁବର୍ଣ୍ଣପୁର, ସୁନ୍ଦରଗଡ, କେନ୍ଦୁଝର, ଅନୁଗୁଳ, ବରଗଡ, ବୌଦ୍ଧ, ଢେଙ୍କାନାଳ, ଝାରସୁଗୁଡା, ମୟୂରଭଞ୍ଜ, ନୟାଗଡ ଓ ନୂଆପଡା ଜିଳ୍ଲାର ବହୁ ଅଂଚଳ କ୍ଷତିଗ୍ରସ୍ତ ହୋଇଛି ବୋଲି ଏସଆରସି କହିଛନ୍ତି । ୨ଲକ୍ଷ ୬୫ ହଜାର ୭୨୩ ଲୋକ ପାଣି ଘେରରରେ ରହିଥିବା ବେଳ ବନ୍ୟା ଯୋଗୁଁ ୧୭ ଜଣଙ୍କ ପ୍ରାଣ ଯାଇଛି । ସେହିପରି ୧୦ ହଜାର ୩୮୨ ଘର ଭାଙ୍ଗିଛି । ମୋଟ ୧ ଲକ୍ଷ ୬୮ ହଜାର ୯୦୪ ଚାଷ ଜମି କ୍ଷତିଗ୍ରସ୍ତ ହୋଇଥିବା ଏସଆରସି ପକ୍ଷରୁ ସୂଚନା ମିଳିଛି ।

Leave A Reply

Your email address will not be published.

9 − 7 =