ଭୁବନେଶ୍ୱର,୩୧.୫(ନି.ପ୍ର.): ସୂର୍ଯ୍ୟ ପରାଗ ଓ ଚନ୍ଦ୍ର ଗ୍ରହଣ ଯାହା ସୂର୍ଯ୍ୟ, ଚନ୍ଦ୍ର ଓ ପୃଥିବୀର ଏକ ବିଶେଷ ଅବସ୍ଥିତିରେ ଘଟିଥାଏ । ତେବେ ଆସନ୍ତା ଚନ୍ଦ୍ର ମାସରେ ତିନୋଟି ଗ୍ରହଣ ଓ ପରାଗ ଦେଖିବାକୁ ମିଳିବ ।ଜୁନ୍ ୫ରୁ ୬ତରିଖରେ ଚନ୍ଦ୍ର ମାସ କହିଲେ ଗୋଟିଏ ପୂର୍ଣ୍ଣମା ବା ଗୋଟିଏ ଅମାବାସ୍ୟାରୁ ପରବର୍ତୀ ଅମାବାସ୍ୟା ପର୍ଯ୍ୟନ୍ତ ଦିନକୁ ବୁଝାଇ ଥାଏ । ଆସନ୍ତା ଜୁନ୍ ୫ରୁ ଜୁଲାଇ ୫ ତାରିଖ ଭିତରେ ୨ଟି ଉପଛାୟା ଚନ୍ଦ୍ର ଗ୍ରହଣ ଓ ଗୋଟିଏ ଦୂର୍ଯ୍ୟ ପରାଗ ଦେଖିବାକୁ ମିଳିବ । ଜୁନ୍ ୫ରୁ ୬ତାରିଖରେ ଉପଛାୟା ଚନ୍ଦ୍ର ଗ୍ରହଣ ରାତି ୧୧.୧୫ରୁ ଆରମ୍ଭ ହୋଇ ରାତି ୧୨.୫୪ରେ ସର୍ବାଧିକ ଦୃଶ୍ୟମାନ ହୋଇ ରାତି ୧୨.୫୪ରେ ସର୍ବାଧିକ ଦୃଶ୍ୟମାନ ହୋଇ ରାତି ୨.୩୪ମିଟରେ ଶେଷ ହେବ । ଏହି ଗ୍ରହଣ ଖାଲି ଆଖିରେ ଦେଖାଯିବ ନାହିଁ । ସେହିପରି ପୂର୍ବବାର ୨୧ ଜୁନ୍ରେ ବଳ ସୂର୍ଯ୍ୟ ପରାଗ ସକାଳ ୧୦.୩୮ରେ ଆରମ୍ଭ ହୋଇ ମଧ୍ୟାହ୍ନ ୧୨.୨୬ ସର୍ବାଧିକ ଦେଖାଯାଇ ଅପରାହ୍ନ ୨.୯ମିରେ ଶେଷ ହେବ । ଓଡ଼ିଶାରେ ୬୦ରୁ ୭୨ ପ୍ରତିଶତ ଆଂଶିକ ପରାଗ ଦେଖାଯିବ ।