କର୍ଣ୍ଣାଟକ ବିଧାନସଭାର ଶୀତକାଳୀନ ଅଧିବେଶନ ଆଜିଠାରୁ ଆରମ୍ଭ ହେଉଛି। ଗତକାଲି ବାଚସ୍ପତି ବିଶ୍ୱେସ୍ୱର ହେଗଡେ କାଗେରୀ ଏ ନେଇ ସମୀକ୍ଷା କରିଥିଲେ। ଆସନ୍ତା ୧୫ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ଅଧିବେଶନ କାଳରେ ସମସ୍ତ କୋଭିଡ୍ ନିୟମାବଳୀ ଅନୁସରଣ କରାଯିବ ବୋଲି ସେ କହିଛନ୍ତି। ଏହି ଅଧିବେଶନ ସମୟରେ ପ୍ରଶ୍ନକାଳ ରହିବା ସହ ୧୦ଟି ବିଲ୍ ଉପସ୍ଥାପନ କରାଯିବ। ଅଧିବେଶନର ଶେଷ ଦୁଇଦିନରେ ଗୋଟିଏ ଦେଶ ଗୋଟିଏ ନିର୍ବାଚନ ପ୍ରସଙ୍ଗରେ ଆଲୋଚନା କରାଯିବାର କାର୍ଯ୍ୟକ୍ରମ ରହିଛି।