ଭାରତର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ୧୯୧୭ ନଭେମ୍ବର ୧୯ରେ ଆହ୍ଲାବାଦଠାରେ ଜନ୍ମଗ୍ରହଣ କରିଥିଲେ। ମହାତ୍ମା ଗାନ୍ଧୀଙ୍କ ଆଦର୍ଶରେ ଅନୁପ୍ରାଣିତ ଇନ୍ଦିରା ପିଲାବେଳୁ ହିଁ ବେଶ୍ ସଚ୍ଚୋଟ ଓ ନିର୍ଭୀକା ଥିଲେ। ‘ବିଶ୍ବଭାରତୀ ବିଶ୍ବବିଦ୍ୟାଳୟ’ରେ ଭର୍ତ୍ତି ହେବା ସମୟରେ ଇନ୍ଦିରା ବିଶ୍ବକବି ରବୀନ୍ଦ୍ରନାଥ ଠାକୁରଙ୍କ ସଂସ୍ପର୍ଶରେ ଆସିଥିଲେ। ରବୀନ୍ଦ୍ରନାଥ ଠାକୁର ହିଁ ତାଙ୍କ ନାମ ‘ପ୍ରିୟଦର୍ଶିନୀ’ ରଖିଥିଲେ। ବନ୍ଧୁ ଫିରୋଜ ଗାନ୍ଧୀଙ୍କୁ ବିବାହ ପରେ ରାଜନୀତିରେ ପ୍ରବେଶ କରିଥିଲେ ଇନ୍ଦିରା। ଭାରତର ତୃତୀୟ ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ବ ତୁଲାଇଥିବା ଇନ୍ଦିରାଙ୍କୁ ୧୯୮୪ ଅକ୍ଟୋବର ୩୧ରେ ତାଙ୍କ ଅଙ୍ଗରକ୍ଷୀମାନେ ହତ୍ୟା କରିଥିଲେ।