ପୁରୀ : ଆଜି ହେଉଛି ପବିତ୍ର ଅଁଳା ନବମୀ। ଏଥିପାଇଁ ପ୍ରତିବର୍ଷ ଭଳି ସାକ୍ଷୀଗୋପାଳ ମନ୍ଦିରରେ ବ୍ୟାପକ ପ୍ରସ୍ତୁତି କରାଯାଇଛି। ମାତ୍ର ଚଳିତ ବର୍ଷ କରୋନା କଟକଣା ଯୋଗୁଁ ଶ୍ରଦ୍ଧାଳୁମାନେ ରାଧା ପାଦ ଦର୍ଶନ ବନ୍ଦ ପାଇଁ କଟକଣା ଜାରି କରାଯାଇଛି। ମନ୍ଦିରରେ ପ୍ରବେଶ ମଧ୍ୟ ବନ୍ଦ ରହିଛି। କୋଭିଡ ନିୟମ ଅନୁଯାୟୀ କେବଳ ନୀତିନିୟମ ଅନୁସାରେ ସମସ୍ତ ନୀତିକାନ୍ତି ସମ୍ପନ୍ନ ହେବ। ଭିଡ ନହେବା ପାଇଁ , ସୁରକ୍ଷା ଦୃଷ୍ଟିରୁ ପ୍ରଶାସନ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି।
ସୂଚନା ଯୋଗ୍ୟ ସାକ୍ଷୀଗୋପାଳ ମନ୍ଦିର ପରିସରରେ ମଧ୍ୟରାତ୍ରରୁ ୧୪୪ ଧାରା ଲାଗୁ କରାଯାଇଛି। ଚନ୍ଦନପୋଖରୀ ଠାରୁ ସିଦ୍ଧବକୁଳ ପର୍ଯ୍ୟନ୍ତ , ମନ୍ଦିର ଚାରିପାଖ ୨୦୦ ମିଟର ଯାଏଁ ମଧ୍ୟ ଏହା ଲାଗୁ କରାଯାଇଛି। ଅଁଳା ନବମୀ ଅବସରରେ ଜନ ସମାଗମ ନହେବା ପାଇଁ ତଥା ସଂକ୍ରମଣ ନ ବ୍ୟାପିବା ପାଇଁ ସୁରକ୍ଷା ଦୃଷ୍ଟିରୁ କୋଭିଡ଼ ନିୟମକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ଏଭଳି କଟକଣା ଜାରି କରାଯାଇଛି। ଏହାସହ ୨୫ ତାରିଖ ବଡ଼ ଏକାଦଶୀ ପର୍ଯ୍ୟନ୍ତ କଟକଣା ବଳବତ୍ତର ରହିବ।