ଆଜି ଭାରତ ବନ୍ଦ ; ରାଜ୍ୟର ବିଭିନ୍ନ ସ୍ଥାନରେ ଏହାର ପ୍ରଭାବ

ଭୁବନେଶ୍ୱର : ଆଜି ସକାଳ ୬ଟାରୁ ଆସନ୍ତା କାଲି ସକାଳ ୬ ଯାଏଁ ୨୪ ଘଣ୍ଟିଆ ଭାରତ ବନ୍ଦ ଡାକରା ଦିଆଯାଇଛି। କେନ୍ଦ୍ରର ଶ୍ରମ ଆଇନ ଏବଂ କୃଷି ଆଇନ ପ୍ରତ୍ୟାହାର ଦାବିରେ ବନ୍ଦ ଡ଼ାକରା ଦିଆଯାଇଛି। ବନ୍ଦ ପ୍ରଭାବ ରାଜ୍ୟର ବିଭିନ୍ନ ସ୍ଥାନରେ ସକାଳୁ ପିକଟେିଂ, ରାସ୍ତାରୋକ ଏହାସହ ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ୟୁନିୟନ ପକ୍ଷରୁ ରାସ୍ତାରୋକ କରିଛନ୍ତି।
ସେହିପରି ରାଉରକେଲାର ବିର୍ସାମୁଣ୍ଡା ଛକ ସମେତ ବିଭିନ୍ନ ସ୍ଥାନରେ ପିକେଟିଂ , ବାଲେଶ୍ୱରରେ ଟ୍ରେନ, ଟ୍ରକ ବସ ଚଳାଚଳ ସମେତ ଦୋକାନ ବଜାର ବନ୍ଦ ରହିଛି। ରାୟଗଡ଼ା ଗୁଣପୁରରେ ଟାୟାର ଜାଳି ରାସ୍ତାରୋକ ସହ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି।  ସମ୍ବଲପୁର , ବଣାଇ କୋଇଡ଼ା, ରାଜାମୁଣ୍ଡା, ଖୁଟୁଗାଁରେ ରାସ୍ତାରୋକ କରାଯାଇଛି।
୧୦ଟି ଟ୍ରେଡ ୟୁନିୟନ ପକ୍ଷରୁ ଦେଶବ୍ୟାପୀ ଚକ ଅଖ ବନ୍ଦ ଡ଼ାକରା ଦିଆଯାଇଛି। ଏହାସହ ବନ୍ଦ ଡ଼ାକରାରେ ଅତ୍ୟାବଶ୍ୟକୀୟ ସେବାକୁ ବାଦ ଦିଆଯାଇଛି। ଗାଡ଼ିମୋଟର, ଟ୍ରେନ, ବସ ଚଳାଚଳ ବନ୍ଦ ରଖିବାକୁ ସିଆଟିୟୁର ଆହ୍ୱାନ ଦିଆଯାଇଛି।

Leave A Reply

Your email address will not be published.

7 − 3 =