ଆନ୍ତଃରାଜ୍ୟ ବିମାନ ଯାତ୍ରା ହେବ ମହଙ୍ଗା

ନୂଆଦିଲ୍ଲୀ : ଆସନ୍ତା ଜୁନ୍ ୧ ତାରିଖରୁ ବିମାନ ଯାତ୍ରା ମହଙ୍ଗା ହେବ । ଭାରତ ମଧ୍ୟରେ କୌଣସି ସ୍ଥାନକୁ ଯାତ୍ରା କଲେ ଯାତ୍ରୀଙ୍କୁ ପୂର୍ବାପେକ୍ଷା ଅଧିକ ଭଡା ଦେବାକୁ ପଡିବ । କେନ୍ଦ୍ର ସରକାର ବିମାନ ଭଡା ବୃଦ୍ଧି କରିବାକୁ ନିଷ୍ପତି ନେଇଥିବାବେଳେ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ସର୍ବନିମ୍ନ ସୀମାର ଯାତ୍ରା ଉପରେ ୧୩ରୁ ୧୬ ପ୍ରତିଶତ ପର୍ଯ୍ୟନ୍ତ ଭଡା ବୃଦ୍ଧି କରିଛି । ଏ ନେଇ ସରକାରଙ୍କ ପକ୍ଷରୁ ଏକ ଆଦେଶନାମା ଜାରି ହୋଇଛି । ଆସନ୍ତା ୧ତାରିଖରୁ ବର୍ଦ୍ଧିତ ଭଡା ଲାଗୁ କରାଯିବ । ତେବେ ଉଚ୍ଚ ସୀମାର ଯାତ୍ରା ଭଡା ଅପରିବର୍ତିତ ରହିଛି । କରୋନାର ୨ୟ ତରଙ୍ଗରେ ବିମାନ କମ୍ପାନୀଗୁଡିକ ବହୁମାତ୍ରାରେ କ୍ଷତିଗ୍ରସ୍ତ ହୋଇଥିବାରୁ ସେମାନଙ୍କୁ ସହାୟତା ଉଦ୍ଦେଶ୍ୟରେ କେନ୍ଦ୍ର ସରକାର ଏହି ନିଷ୍ପତି ନେଇଛନ୍ତି । ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ଆଦେଶନାମା ଅନୁସାରେ, ୪୦ ମିନିଟ୍‌ର ବିମାନ ଯାତ୍ରା ପାଇଁ ସର୍ବନିମ୍ନ ସୀମାରେ ବିମାନ ଭଡା ୨୩୦୦ ଟଙ୍କାରୁ ୨୬୦୦ ଟଙ୍କାକୁ ବୃଦ୍ଧି କରାଯାଇଛି । ଯାହା ପୂର୍ବ ଭଡା ତୁଳନାରେ ୧୩ ପ୍ରତିଶତ ଅଧିକ । ସେହିପରି ୪୦ରୁ ୬୦ ମିନିଟ୍‌ର ଯାତ୍ରା ପାଇଁ ସର୍ବନିମ୍ନ ସୀମାରେ ବିମାନ ଭଡା ୨୯୦୦ ଟଙ୍କାରୁ ୩୩୦ ଟଙ୍କାକୁ ବୃଦ୍ଧି କରାଯାଇଛି ।

Leave A Reply

Your email address will not be published.

one × 3 =