ଆନ୍ତର୍ଜାତୀୟ ବ୍ୟାଘ୍ର ଦିବସ

ଜୁଲାଇ ୨୯ ଅନ୍ତର୍ଜାତୀୟ ବ୍ୟାଘ୍ର ଦିବସ । ଏହାକୁ ଇଂରାଜୀରେ ‘ଗ୍ଲୋବାଲ ଟାଇଗର ଡେ’ ମଧ୍ୟ କୁହାଯାଏ । ୨୦୧୦ରେ ସେନ୍ଟ ପିଟ୍ସବର୍ଗରେ ଅନୁଷ୍ଠିତ ‘ ବ୍ୟାଘ୍ର ଶୀର୍ଷକ ସମ୍ମିଳନୀ’ ରେ ଏହି ଦିବସ ପାଳନ ପାଇଁ ନିଷ୍ପତି ନିଆଯାଇଥିଲା । ବ୍ୟାଘ୍ର ସଂରକ୍ଷଣ ବାବଦରେ ଜନସଚେତନତା ସୃଷ୍ଟି କରିବା, ଏହି ଦିବସ ପାଳନର ଉଦ୍ଧେଶ୍ୟ । ଏହି ୍ଅବସରରେ ବାଘ ବାବଦରେ କିଛି ଜଣା-ଅଜଣା କଥା ଜାଣିବାକୁ ମିଳିଥାଏ । ବାଘର ଗର୍ଜନ ତିନି କିଲୋମିଟର ଦୂରକୁ ଶୁଣାଯାଏ । ଯୁକ୍ତରାଷ୍ଟ୍ର ଆମେରିକାରେ ଘରେ ବାଘ ପୋଷିବାରେ ଆଇନଗତ ବାଧା ନାହିଁ । ବାଘ ଓ ବିଲେଇର ଡିଏନ୍ ଏ ୧୯.୬ ପ୍ରତିଶତ ସମାନ । ପ୍ରତ୍ୟେକ ବାଘର ଦେହରେ ଦାଗ ଭିନ୍ନ ଭିନ୍ନ । ବାଘ ଏକ ମାତ୍ର ଶିକାରୀ ପ୍ରାଣୀ, ଯିଏ ଖାଦ୍ୟାଭାବ ହେଲେ ଭାଲୁ ର ଶିକାର କରିଥାଏ । ବାଘ କେବଳ ରାତିରେ ଶିକାର କରେ । ଏହା ଗୋଟିଏ ରାତିରେ ୨୭ କିଲୋ ଓଜନର ମାଂସ ଖାଇପାରେ । ୧୮୦୦ରୁ ୨୦୦୯ ମଧ୍ୟରେ ବାଘ ମୁହଁରେ ୩.୭୩ ଲକ୍ଷ ମଣିଷଙ୍କ ଜୀବନ ଯାଇଥିବା ଜଣାଯାଏ । ଶହେ ବର୍ଷ ତଳେ ଏସିଆରେ ଲକ୍ଷେରୁ ଅଧିକ ବାଘ ଥିଲେ । ଏବେ ସେମାନଙ୍କ ସଂଖ୍ୟା ୩୨୦୦ ମଧ୍ୟରେ ସୀମିତ । ସେହିଭଳି ବାଘ ୯ ପ୍ରଜାତିର ହୋଇଥାନ୍ତି
ଋୟାଲ ବେଙ୍ଗଲ୍ ବା ମହାବଳ , ସାଇବେରିଆନ୍, ଇନ୍ଡୋଚାଇନିଜ୍ , ସାଉଥ ଚାଇନିଜ୍ , ସୁମାତ୍ରାନ୍, ମାଲୟାନ୍, କାସ୍ିଆନ୍ , କାଭାନ୍ ଓ ବାଲି । ତେବେ ଶେଷ ତିନି ପ୍ରଜାତି ଏବେ ଲୋପ ପାଇସାରିଲାଣି ।

Leave A Reply

Your email address will not be published.

thirteen + three =