ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆମେରିକାର ନବ ନିର୍ବାଚିତ ରାଷ୍ଟ୍ରପତି ଜୋ ବାଇଡେନ୍ଙ୍କ ସହ ଟେଲିଫୋନରେ କଥାବାର୍ତ୍ତା କରି ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି। କଥାବାର୍ତ୍ତା ସମୟରେ ଦୁଇ ନେତା ଭାରତ-ଆମେରିକା ଭାଗିଦାରୀ ସମ୍ପର୍କକୁ ଅଧିକ ସୁଦୃଢ଼ କରିବା ପାଇଁ ପ୍ରତିଶ୍ରୁତିବଦ୍ଧତାକୁ ଦୋହରାଇଛନ୍ତି। କୋଭିଡ୍ ନାଇଣ୍ଟିନ୍ର ମୁକାବିଲା, ଜଳବାୟୁ ପରିବର୍ତ୍ତନ ଏବଂ ଭାରତ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ସହଯୋଗ ଆଦି ପ୍ରସଙ୍ଗ ଉପରେ ସେମାନେ ଆଲୋଚନା କରିଛନ୍ତି। ପ୍ରଧାନମନ୍ତ୍ରୀ ଆମେରିକା ଉପରାଷ୍ଟ୍ରପତି କମଳା ହାରିଶ୍ଙ୍କୁ ମଧ୍ୟ ଶୁଭେଚ୍ଛା ଜଣାଇଛନ୍ତି। ମୋଦୀ କହିଛନ୍ତି, ତାଙ୍କର ସଫଳତା ଭାରତୀୟ ବଂଶୋଦ୍ଭବ ଆମେରିକୀୟମାନଙ୍କ ପାଇଁ ପ୍ରେରଣା ଓ ଗର୍ବର ବିଷୟ। ଭାରତ-ଆମେରିକା ସମ୍ପର୍କରେ ଉନ୍ନତି କ୍ଷେତ୍ରରେ ପ୍ରବାସୀ ଭାରତୀୟମାନଙ୍କର ଭୂମିକା ଅତୁଳନୀୟ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।