ଆମୋନିଆ ଗ୍ୟାସ୍ ଲିକ୍ : ୧୫ ଅସୁସ୍ଥ

ପରାଦ୍ୱୀପ: ପାରାଦ୍ୱୀପ ସ୍ଥିତ ଲକ୍ଷ୍ମୀନାରାୟଣ ଚିଙ୍ଗୁଡି ଫାକ୍ଟ୍ରିରୁ ଆଜି ବିଷାକ୍ତ ଆମୋନିଆ ଗ୍ୟାସ୍ ଲିକ୍ ଯୋଗୁଁ ୧୫ ଜଣ ଅସୁସ୍ଥ ହୋଇ ପଡିଛନ୍ତି । ସେମାନଙ୍କ ମଧ୍ୟରୁ ଗୁରୁତର ଅସୁସ୍ଥ ହୋଇପଡିଥିବା ୩ଜଣଙ୍କୁ କଟକ ବଡ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି । ଗୁରୁତର ମଧ୍ୟରେ ଜଣେ ଶିଶୁ ଅନ୍ତଭୁକ୍ତ ଅଛନ୍ତି । ଆମୋନିଆ ଗ୍ୟାସ୍ ଲିକ୍ ଯୋଗୁଁ ଜନସାଧାରଣ ଆତଙ୍କିତ ହୋଇପଡିଥିଲା ବେଳେ ଫ୍ୟାକ୍ଟ୍ରିର ମାଲିକ୍ ଫେରାର ହୋଇଯାଇଥିଲା କୁହାଯାଇଛି । ଘଟଣା ସ୍ଥଳରେ ଅତିରିକ୍ତ ଜିଲ୍ଲାପାଳ ଏସ୍‌ପି ପହଞ୍ଚି ପରିସ୍ଥିତିର ଅନୁଧ୍ୟାନ କରୁଛନ୍ତି ।

Leave A Reply

Your email address will not be published.

seven + 4 =