ଭୁବନେଶ୍ୱର- ବିଧାନସଭା ପୂର୍ବରୁ ଆସନ୍ତା କାଲି ହେବ ବିଧାୟକଙ୍କ କୋଭିଡ ଟେଷ୍ଟ । ଏନେଇ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ସୂଚନା ଦେଇଛନ୍ତି । ୨୯ ତାରିଖ ଦିନ ୧୧ଟାରେ ଅଧିବେଶନ ଆରମ୍ଭ ହେବ । ପରେ ଗୃହ ମୁଲତବୀ ରହିବ । ପୁଣି ଅପରାହ୍ନ ୩ଟାରୁ ଗୃହକାର୍ଯ୍ୟ ଆରମ୍ଭ ହୋଇ ୫ଟାରେ ଶେଷ ହେବ । ଅନ୍ୟଦିନ ମାନଙ୍କରେ ଗୃହ କାର୍ଯ୍ୟ ଦିନ ୧୦ଟା ୩୦ରୁ ଆରମ୍ଭ ହୋଇ ୧ଟା ଓ ଅପରାହ୍ନ ୩ଟାରୁ ସଂନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଚାଲିବ । ତେବେ ରବିବାର ଗୃହକାର୍ଯ୍ୟ ଚାଲିବ । ୧୪୫ ବିଧାୟକ ବସିବା ପାଇଁ ବ୍ୟବସ୍ଥା ହୋଇଛି । ଯେଉଁ ବରିଷ୍ଠ ବିଧାୟକ ବିଧାନସଭାକୁ ନଆସନ୍ତି ସେମାନେ ଲିଖିତ ଆକାରରେ ଦେଲେ ଜିଲ୍ଲାପାଳଙ୍କ ଭିଡିଓ କନଫରେନ୍ସ ହଲରେ ବ୍ୟବସ୍ଥା କରାଯିବ । ଆଜି ବସିଥିବା ସର୍ବଦଳୀୟ ବୈଠକରେ ଏହି ନିଷ୍ପତି ନିଆଯାଇଛି ।