ନୂଆଦିଲ୍ଲୀ- କରୋନା ମହାମାରୀ ଆସନ୍ତା ଦୁଇ ବର୍ଷରେ ଲୋପ ପାଇବ ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ କୁହାଯାଇଛି । ୧୯୧୮ ମସିହାରେ ହୋଇଥିବା ସ୍ପାନିଶ ଭାଇରସ ତୁଳନାରେ କରୋନାକୁ ଶୀଘ୍ର ନିୟନ୍ତ୍ରଣ କରିହେବ । ଆଧୁନିକ ଯୁଗର ଚିକିତ୍ସା ବିଜ୍ଞାନ ଓ ଟେକନଲୋଜିରେ ଉନ୍ନତି ଯୋଗୁଁ ରୋଗକୁ ଖୁବଶୀଘ୍ର ନିୟନ୍ତ୍ରଣ କରି ହେବ । ଉନ୍ନତ ଟେକନଲୋଜୀକୁ ବ୍ୟବହାର କରି ଆମେ ଟିକା, ଓଷଧ ଆଦି ତିଆରି କରିପାରୁଛୁ । ତେଣୁ ଆଶା କରାଯାଉଛି ବିଶ୍ୱରୁ ଖୁବଶୀଘ୍ର କରେନା ଦୂର ହେବ ।