ଆସାମରେ ୧୦୦୦ ଡୋଜ୍ ‘କୋଭିସିଲ୍ଡ’ଟିକା ନଷ୍ଟ

ସିଲ୍ଚର୍: ଆସାମର କାଛାର ଜିଲ୍ଲାସ୍ଥିତ ସିଲ୍ଚର୍ ମେଡିକାଲ୍ କଲେଜ୍ ଏବଂ ହସ୍ପିଟାଲରେ (ଏସ୍ଏମ୍ସିଏଚ୍) ପ୍ରାୟ ୧୦୦୦ ଡୋଜ୍ ‘କୋଭିସିଲ୍ଡ’ ଟିକା ନଷ୍ଟ ହୋଇଯାଇଛି । ‘ଏସ୍ଏମ୍ସିଏଚ୍’ର ଭ୍ୟାକ୍ସିନ୍ ଷ୍ଟୋର୍ ୟୁନିଟ୍ରେ ଏହି ଟିକା ଜମାଟ ବାନ୍ଧି ଯାଇଛି । ୧୦୦୦ ଡୋଜ୍ ଥିବା ପ୍ରାୟ ୧୦୦ ଶିଶି ‘କୋଭିସିଲ୍ଡ’ ବିଯୁକ୍ତ ଶୂନ୍ୟ ତାପମାତ୍ରାରେ ଗଚ୍ଛିତ ରଖାଯାଇଥିଲା । ‘କୋଭିସିଲ୍ଡ’ ଟିକାକୁ ୨ରୁ ୮ ଡିଗ୍ରି ସେଲିସିୟସ୍ ତାପମାତ୍ରାରେ ରଖାଯିବା ଆବଶ୍ୟକ କିନ୍ତୁ, ସିଲ୍ଚର୍ ‘ଏସ୍ଏମ୍ସିଏଚ’ର ‘ଆଇସ୍-ଲାଇନ୍ଡ୍’ ରେଫ୍ରିଜେରେଟର୍ (ଆଇଏଲ୍ଆର୍) ତାପମାତ୍ରା ଶୂନ୍ୟ ତଳକୁ ଖସି ଯାଇଥିଲା ।
କାଛାର ଜିଲ୍ଲାର ଜଣେ ସ୍ୱାସ୍ଥ୍ୟ ଅଧିକାରୀ କହିଛନ୍ତି ଯେ, ଟିକାସବୁ ଆଂଶିକ ଜମାଟ ବାନ୍ଧିଛି । ‘ଆଇଏଲ୍ଆର୍’ରେ ସମ୍ଭବତଃ କିଛି ବୈଷୟିକ ତ୍ରୁଟି ଉପୁଜି ଥାଇପାରେ । ଆମେ ସାଧାରଣତଃ ‘ଆଇଏଲ୍ଆର୍’ ତାପମାତ୍ରା ୨ରୁ ୮ ଡିଗ୍ରି ସେଲିସିୟସ୍ ମଧ୍ୟରେ ରଖିଥାଉ । ତାପମାତ୍ରା ହ୍ରାସ ପାଇଲେ ‘ଆଇଏଲ୍ଆର୍’ ମେସିନ୍ ସତର୍କ ବାର୍ତା ପଠାଏ । କିନ୍ତୁ ଆମ ଭ୍ୟାକ୍ସିନେଟର୍ କୌଣସି ବାର୍ତା ପାଇ ନ ଥିଲେ । ସମ୍ଭବତଃ ଏହା କୌଣସି ବୈଷୟକ ତ୍ରୁଟି । ସାରା ରାତି ‘ଆଇଏଲ୍ଆର୍’ରେ ଟିକା ଗଚ୍ଛିତ ଥିଲା । କୌଣସି କାରଣରୁ ‘ଆଇଏଲ୍ଆର୍’ରେ ତାପମାତ୍ରା ହ୍ରାସ ପାଇ ଏ ଭଳି ଘଟିଛି । ସିଲ୍ଚର୍ ମେଡିକାଲ୍ ଏବଂ ହସ୍ପିଟାଲ୍କୁ ୧୦୦୦ ଡୋଜ୍ ଥିବା ଆଉ ୧୦୦ ଶିଶି ‘କୋଭିସିଲ୍ଡ’ ପଠାଇବା ଲାଗି ଆସାମ ସ୍ୱାସ୍ଥ୍ୟ ବିଭାଗ ନିଷ୍ପତି ଗ୍ରହଣ କରିଛି । ଏହାଛଡା, ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ନିଷ୍ପତି ଗ୍ରହଣ କରିଛି । ଏହାଛଡା, ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ଟିକା ଜମାଟ ବାନ୍ଧିବା ଘଟଣା ସଂକ୍ରାନ୍ତରେ ଡାକ୍ତରଖାନା କର୍ତୃପକ୍ଷଙ୍କୁ ରିପୋର୍ଟ ମାଗିଛି ।

Leave A Reply

Your email address will not be published.

20 − 5 =