ଇନ୍ସପେକ୍ଟରଙ୍କୁ ଗୁଳି କରି ଏସଆଇର ଆତ୍ମହତ୍ୟା

ନୂଆଦିଲ୍ଲୀ: କେନ୍ଦ୍ରୀୟ ରିଜର୍ଭ ପୋଲିସ ଫୋର୍ସ (ସିଆରପିଏଫ)ର ଜଣେ ଏସଆଇ ତାଙ୍କ ଉପରିସ୍ଥ ଅଧିକାରୀଙ୍କୁ ଗୁଳି କରି ହତ୍ୟା କରିବା ପରେ ନିଜେ ଆତ୍ମହତ୍ୟା କରିଛନ୍ତି । ରାଜଧାନୀ ନୁଆଦିଲ୍ଲୀର ଲୋଦୀ ଷ୍ଟେଟର ୬୧ ନମ୍ବର ବଙ୍ଗଳାରେ ଏହି ହତ୍ୟାକାଣ୍ଡ ଘଟିଛି । ମିଳିଥିବା ସୂଚନା ଅନୁସାରେ, ଏହି ବଙ୍ଗଳାଟି କେନ୍ଦ୍ର ଗୃହ ମନ୍ତ୍ରଣାଳୟକୁ ଆବଂଟିତ ହୋଇଛି । ଜଣେ ଅଧିକାରୀ କହିଛନ୍ତି ଯେ, ଏସଆଇ କରନୈଲ ସିଂହ (୫୫) ଏବଂ ତାଙ୍କ ଉପରିସ୍ଥ ଅଧିକାରୀ ଇନ୍ସପେକ୍ଟର ଦଶରଥ ସିଂହ (୫୬) ମଧ୍ୟରେ କୌଣସି କଥାକୁ ନେଇ ଯୁକ୍ତିତର୍କ ହୋଇଥିଲା । ଏହା ପରେ କରନୈଲ ନିଜ ସର୍ଭିସ ରିଭଲଭରରୁ ଦଶରଥଙ୍କୁ ଗୁଳି କରି ହତ୍ୟା କରିବା ପରେ ନିଜେ ଆତ୍ମହତ୍ୟା କରିଥିଲେ । ଦଶରଥ ନିଜ ରୁମରେ ଖାଉଥିବା ସମୟରେ କରନୈଲ ତାଙ୍କୁ ଗୁଳି କରିଥିଲେ । ଏସଆଇ କରନୈଲ ଜାମ୍ମୁ-କାଶ୍ମୀରର ବାସିନ୍ଦା ହୋଇଥିବାବେଳେ ଦଶରଥଙ୍କ ଘର ହରିୟାଣାରେ ।

Leave A Reply

Your email address will not be published.

four × 5 =