ସମ୍ଭଲ: ଉତର ପ୍ରଦେଶର ସମ୍ଭଲର ଧନାରୀ ଥାନା ନିକଟସ୍ଥ ଏନଏଚ-୫୦୯ରେ ଘଟିଛି ଭୟଙ୍କର ଦୁର୍ଘଟଣା ଯେଉଁଥିରେ ଚାଲିଯାଇଛି ୮ଜଣଙ୍କ ଜୀବନ ବୁଧବାର ଭୋରରୁ ଏକ ରୋଡୱେଜ୍ ବସ୍ ଓ ଟ୍ୟାଙ୍କର ମୁହାଁମୁହିଁ ଧକ୍କା ହୋଇଛି । ଏହି ଧକ୍କା ଏତେ ଭୟଙ୍କର ଥିଲା ଯେ ଘଟଣାସ୍ଥଳରେ ହିଁ ୮ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨୫ ଜଣ ଗୁରୁତର ଆହତ ହୋଇଛନ୍ତି । ଆହତଙ୍କୁ ଅଲଗା ଅଲଗା ହସ୍ପିଟାଲରେ ଭର୍ତି କରାଯାଇଛି । ଘଟଣାସ୍ଥଳରେ ଡିଏମ ଓ ଏସନି ପହଂଚି ସ୍ଥିତି ଅନୁଧ୍ୟାନ କରିଛନ୍ତି । ଦୁର୍ଘଟଣା ହେବା ଦ୍ୱାରା ହାଇୱେରେ ପ୍ରବଳ ଭିଡ ହୋଇଛି । ଜିଲ୍ଲା ପ୍ରଶାସନ ରିପୋର୍ଟ ମୁତାବକ , ଏପର୍ଯନ୍ତ ୮ଜଣଙ୍କର ମୃତ୍ୟୁ ହୋଇଛି । ଆଗକୁ ମୃତ୍ୟୁ ସଂଖ୍ୟା ଆହୁରି ବଢ଼ିପାରେ ବୋଲି । ଏହି ଦୁର୍ଘଟଣା ଏତେ ଜୋରଦାର ହୋଇଥିଲା ଯେ ରୋଡୱେଜ ବସର କୋଟିଏ ସାଇଡ ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଡିଛି । ତେବେ ଏହି ମର୍ମନ୍ତୁଦ ଦୁର୍ଘଟଣାରେ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଦୁଃଖ ପ୍ରକାଶ କରିଛନ୍ତି । ସେ ଅଧିକାରୀଙ୍କୁ ତୁରନ୍ତ ଉଦ୍ଧାର କାର୍ଯ୍ୟ ତ୍ୱରାନ୍ୱିତ କରିବାର ନିର୍ଦ୍ଦେଶ ଦେଇଛନ୍ତି । ଏହାସହ ଗୁରୁତର ଆହତ ହୋଇଥିବା ବ୍ୟକ୍ତିଙ୍କୁ ମାଗଣା ଚିକିତ୍ସା କରାଇବାକୁ ନିର୍ଦ୍ଦେଶ ଦେଇଛନ୍ତି ।