ଜମ୍ମୁ- ମୃତଦେହ ମିଳିବାର ୨୪ ଘଂଟା ପରେ ମିଳିଲା ଦୁର୍ଘଟଣାଗ୍ରସ୍ତ କାର । କାରଟି ପାଣିରେ ଭାସୁଥିବାର ଦେଖିବାକୁ ମିଳିଛି । କାରରେ ଥିବା ଅନ୍ୟ ୪ ଜଣ ଏବେ ବି ନିଖୋଜ ଅଛନ୍ତି । ସୂଚନା ଅନୁସାରେ ସୋମବାର ଦିନ ମୋହନଲାଲ ନାମକ ଜଣେ ବ୍ୟକ୍ତି ପରିବାର ସହିତ ସେହି ଗାଡିରେ ଚିନୈନିକୁ ଯାଉଥିଲେ । ପରେ ସେମାନଙ୍କ କୌଣସି ଖୋଜଖବର ମିଳିନଥିଲା । ବୁଧବାର ଦିନ ତାଙ୍କ ମୃତଦେହ ନିକଟସ୍ଥ ଘାଟି ତଳ ଏକ ନାଳରୁ ବମିଳିଥିଲା । କିନ୍ତୁ ପରିବାରର ଅନ୍ୟ କୌଣସି ସଦସ୍ୟଙ୍କ ସନ୍ଧାନ ମିଳିନଥିଲା । କିନ୍ତୁ ଆଜି ସେହି ଘାଟି ତଳ ନାଳରେ କାର ଭାସୁଥିବା ଦେଖିବାକୁ ମିଳିଛି। ଗାଡି ବିଷୟରେ ସ୍ଥାନୀୟ ଲୋକଙ୍କ ଠାରୁ ସୂଚନା ପାଇ ଘଟଣାସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ ଜାରି ରଖିଛି। ପ୍ରକାଶ ଯେ, ସୋମବାର ସକାଳେ ମୋହନଲାଲ ପତ୍ନୀ ଏବଂ ତିନି ପିଲାଙ୍କ ସହ ରାମନଗରର ଜାନ୍ଦ୍ରାଡି ଅଞ୍ଚଳରୁ ଚାଇନାର ଅଭିମୁଖେ ଯାତ୍ରା କରିଥିଲେ। ସନ୍ଧ୍ୟା ସୁଦ୍ଧା ଯେତେବେଳେ ମୋହନଲାଲ ଚିନୈନି ପହଞ୍ଚି ନଥିଲେ, ପରିବାର ଲୋକଙ୍କ ଚିନ୍ତା ବଢିଥିଲା। ମୋହନଲାଲ ଏବଂ ପତ୍ନୀଙ୍କ ମୋବାଇଲ୍ ଫୋନ୍ ମଧ୍ୟ ବନ୍ଦ ହୋଇଯାଇଥିଲା। ଏହା ପରେ ପରିବାର ଲୋକ ରାମନଗର ପୁଲିସ ଷ୍ଟେସନରେ ଅଭିଯୋଗ କରିଥିଲେ। ମଙ୍ଗଳବାର ଦିନ ଖୋଜାଖୋଜି ପରେ ମଧ୍ୟ ସେମାନଙ୍କ କିଛି ପତ୍ତା ମିଳିଲା ନାହିଁ। କିନ୍ତୁ ବୁଧବାର ଦିନ କିଛି ଲୋକ ଡ୍ରେନ୍ ଭିତରେ ଏକ ମୃତଦେହ ଭାସୁଥିବା ଦେଖି ରାମନଗର ପୁଲିସ ଷ୍ଟେସନରେ ଜଣାଇଥିଲେ। ସୂଚନା ପାଇବା ପରେ ପୁଲିସର ଏକ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଡାଇଭରଙ୍କ ସାହାଯ୍ୟରେ ମୃତଦେହ ବାହାର କରିଥିଲେ। ମୃତଦେହ ନିଖୋଜ ମୋହନଲାଲ ବୋଲି ଜଣାପଡିଛି।