ଉପ ରାଜ୍ୟପାଳଙ୍କ ନିର୍ଦେଶକୁ ଦିଲ୍ଲୀ ସରକାରଙ୍କ ବିରୋଧ

ନୁଆଦିଲ୍ଲୀ୨୧.୬ (ଏଜେନ୍ସି): ଦିଲ୍ଲୀରେ କରୋନା ସଂକ୍ରମିତମାନେ ୫ଦିନ କ୍ୱାରେନଟାଇନ ସେଂଟରରେ ରହିବା ବାଧ୍ୟତାମୂଳକ ବୋଲି ଉପରାଜ୍ୟପାଳ ଅନିଲ ବୈଜିଲ ଦେଇଥିବା ନିର୍ଦେଶକୁ ଦିଲ୍ଲୀ ସରକାର ବିରୋଧ କରିଛନ୍ତି । ମୂଖ୍ୟ ମନ୍ତ୍ରୀ ଅରବିନ୍ଦ କେଜରୀୱାଲ ଶନିବାର କହିଛନ୍ତି, କରୋନା ମୁକାବିଲା ଲାଗି ପୂର୍ବରୁ ସ୍ୱାସ୍ଥ୍ୟ କର୍ମୀ ଅଭାବ ରହିଛି । ଏପରି ସ୍ଥିତିରେ କ୍ୱାରେନଟାଇନ ସେଂଟରରେ ହଜାର ହଜାର ରୋଗୀଙ୍କ ପାଇଁ ଡାକ୍ତର, ନର୍ସଙ୍କୁ ନିଯୁକ୍ତ କରିବା କିପରି ସମ୍ଭବ ହେବ ବୋଲି କେଜ୍ରିୱାଲ ପ୍ରଶ୍ନ କରିଛନ୍ତି । । ଯେତେବେଳେ ଇଣ୍ଡିଆନ କାଉନସିଲ ଅଫ ମେଡିକାଲ ରିସର୍ଚ୍ଚ (ଆଇସିଏମଆର) ଦେଶବ୍ୟାପି କମ୍ ଳକ୍ଷଣ ଥିବା ରୋଗୀଙ୍କୁ ହୋମଆଇସୋଲେସନ ରେ ରହିବା ପାଇଁ ଅନୁମତି ଦେଇଛନ୍ତି, ସେତେବେଳେ ଦିଲ୍ଲୀରେ କାହିଁକି ଭିନ୍ନ ନିୟମ ଲାଗୁ କରାଯାଉଛି ବୋଲି ପ୍ରଶ୍ନ କରିଛନ୍ତି । ସୁଚନା ଯୋଗ୍ୟ, ଶନିବାର ସୁଦ୍ଧା ଦିଳ୍ଲୀରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୫୩ହଜାର ୧୧୬କୁ ବୃଦ୍ଧି ପାଇଥିବା ବେଳେ ୨୦୫୩ ଜଣଙ୍କ ମୃତ୍ୟୁ ହୋଇଛି । ଗତ ୨୪ ଘଂଟାରେ ଦିଳ୍ଲୀରେ ୪୩ହଜାର ୧୩୭ ନୂଆ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୬୬ ଜଣଙ୍କ ମୃତ୍ୟୁ ହୋଇଛି ।

Leave A Reply

Your email address will not be published.

4 + 20 =