ଋଷକୁ ଧନ୍ୟବାଦ ଦେଲା ବିଶ୍ୱସ୍ୱାସ୍ଥ୍ୟ ସଂଗଠନ


ନୂଆଦିଲ୍ଲୀ- ସ୍ପୁଟନିକ ଭି ପାଇଁ ଋଷିଆକୁ ଧନ୍ୟବାଦ ଦେଲା ବିଶ୍ୱସ୍ୱାସ୍ଥ୍ୟ ସଂଗଠନ । ଋଷ ଦ୍ୱରା ପ୍ରସ୍ତୁତ ଏହି ଟିକା ବିଭିନ୍ନ କ୍ଳିନିକାଲରେ ସଫଳ ପରୀକ୍ଷଣ ହେବାପରେ ନିଜ ଦେଶରେ ୪୨ ହଜାର ଲୋକଙ୍କ ଶରୀରରେ ଏହି ଟିକା ଦେବା ଆରମ୍ଭ କରିବା ପରେ ଦେଶର ଅନ୍ୟ ଲୋକଙ୍କୁ ଏହି ଟିକା ଦେବା ଆରମ୍ଭ କରିଛି । ଗାମଲେୟା ସାଇଂଟିଫିକ ରିସର୍ଚ୍ଚ ଇନଷ୍ଟିଚୁ୍ୟଟ ଅଫ ଏପିଡେମୋଲୋଜି ଏବଂ ମାଇକ୍ରୋବାୟୋଲୋଜି ଦ୍ୱାରା ଏହି ସ୍ପୁଟନିକ -ଭି ଟିକା ତିଆରି ହୋଇଛି । ଏହି ଟିକା ପ୍ରଥମେ ଋଷ ରାଷ୍ଟ୍ରପତି ଭ୍ଲାଦମିର ପୁଟିନଙ୍କ ଝିଅଙ୍କ ଶରୀରରେ ପରୀକ୍ଷା କରାଯାଇଥିଲା । ଋଷିଆ ଏବେ ଅନ୍ୟ ଦେଶକୁ ମଧ୍ୟ ଟିକା ଯୋଗାଇବା ପାଇଁ ଯୋଜନା ପ୍ରସ୍ତୁତ କରୁଛି । ଭାରତ ମଧ୍ୟ ଋଷିଆ ପାଖରୁ ଏହି ଟିକା ପାଇପାରେ ।

Leave A Reply

Your email address will not be published.

8 + 15 =