ଋଷର ସ୍ପୁଟ୍ନିକ୍-ଭି ଟିକାକୁ ଅନୁମତି ଦେଇପାରନ୍ତି ସରକାର

ନୂଆଦିଲ୍ଲୀ: କରୋନାର ଦ୍ୱିତୀୟ ଲହର ଦେଶରେ କାୟା ବିସ୍ତାର କରିଚାଲିଥିଲା ବେଳେ କେନ୍ଦ୍ର ସରକାର ଋଷ୍ରେ ନିର୍ମିତ କରୋନା ଟିକା ସ୍ପୁଟନିକ ଭି (ସ୍ପୁଟନିକ୍ ଭି)କୁ ଜରୁରୀ କାଳୀନ ବ୍ୟବହାର ପାଇଁ ଅନୁମତି ଦେବା ନେଇ ଗୁରୁତ୍ୱର ସହକାରେ ବିଚାରବିମର୍ଷ କରୁଥିବା ଜଣାଯାଇଛି । ଆଗାମୀ ୧୦ ଦିନ ମଧ୍ୟରେ ଭାରତ ସରକାର ଏହି ଟିକାକୁ ଅନୁମତି ଦେବେ ବୋଲି ଜାତୀୟ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଛି । ଭାରତରେ ଏବେ କୋଭିଶିଲ୍ଡ ଏବଂ କୋଭାକ୍ସିନ୍ ଟିକାକୁ ଅନୁମତି ମିଳିଛି । ହେଲେ କୋଭିଶିଲ୍ଡ ଏକମାତ୍ର ଟିକା ଯାହାକୁ ଜରୁରୀ କାଳୀନ ଭାବରେ ବ୍ୟବହାର ପାଇଁ ଅନୁମତି ମିଳିଛି ।
‘ଦି ହିନ୍ଦୁ’ର ରିପୋର୍ଟ ଅନୁଯାୟୀ, ସରକାରଙ୍କ ଜଣେ ବରିÂ ଅଧିକାରୀ ନାମ ଗୋପନ ରଖିବା ସର୍ତରେ ଏହି ସୂଚନା ଦେଇଛନ୍ତି । ସ୍ପୁଟନିକ୍ ଭି ଋଷିଆର ଗୋମାଲେୟା ରିସର୍ଚ୍ଚ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଏପିଡେମିୟୋଲୋଜି ଆଣ୍ଡ ମାଇକ୍ରୋବିଓଲୋଜିରେ ବିକଶିତ ହୋଇଛି । ଏହି ଟିକା କୋଭିଶିଲ୍ଡ ଏବଂ କୋଭାକ୍ସିନ୍ ଭଳି ଦୁଇଟି ଟିକା ନେବାକୁ ହେବ । ହେଲେ ଏହାକୁ-୧୮ ଡିଗ୍ରୀ ସେଲସିୟସ୍ ତାପମାତ୍ରାରେ ରଖିବାକୁ ପଡିବ । ଯାହାକି ବଡ ଚ୍ୟାଲେଞ୍ଜ । ମାର୍ଚ୍ଚରେ ଏହି ଟିକାକରଣର ମୁଖ୍ୟ ପ୍ରୋସôାହକ ଋଷିଆନ୍ ଡିରେକ୍ଟ ଇନ୍ଭେଷ୍ଟମେଂଟ ଫଣ୍ଡ ଭାରତର ତିନୋଟି ସଂସ୍ଥା ସହିତ ମିଶି ୩୦୦ ନିୟୁତରୁ ଅଧିକ ଟିକା ତିଆରି କରିବ ବୋଲି ଘୋଷଣା କରିଥିଲା । ଟିକା ଉପôାଦନକାରୀମାନେ ଦାବି କରିଛନ୍ତି ଯେ, ଏହି ଟିକା ୯୧ ପ୍ରତିଶତ ପର୍ଯ୍ୟନ୍ତ ସୁରକ୍ଷା ଯୋଗାଇଥାଏ । ପ୍ରାୟ ୫୯ଟି ଦେଶରେ ଏପର୍ଯ୍ୟନ୍ତ ଏହି ଟିକା ଅନୁମୋଦନ ଦିଆଯାଇଛି । ଏହି ଟିକା ଦେଶର ସମସ୍ତ ନାଗରିକଙ୍କ ପାଇଁ ଉପଲବ୍ଧ ହୋଇପାରିବ ବୋଲି ସୂଚନା ରହିଛି । ଡକ୍ଟର ରେଡ୍ଡୀ ଲ୍ୟାବ ଭାରତରେ ସ୍ପୁଟନିକ ଭି ଟିକାର ପରୀକ୍ଷା କରୁଛି । ଏପ୍ରିଲ୍ ୧ରେ ଡକ୍ଟର ରେଡ୍ଡୀ ଲ୍ୟାବକୁ ଟିକା ବିଷୟରେ ଅଧିକ ତଥ୍ୟ ପ୍ରଦାନ କରିବାକୁ ସରକାର କହିଥିବା ସୂଚନା ରହିଛି ।
ସୂଚନା ଯୋଗ୍ୟ ଯେ, ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ହୁ ହୁ ହୋଇ ବଢୁଛି । ଏହାକୁ ନିୟନ୍ତ୍ରଣ କରିବା ପାଇଁ କରୋନା କର୍ଫୁ୍ୟ, ତିନୋଟି ଟି-ଟେଷ୍ଟିଂ, ଟ୍ରେସିଂ ଓ ଟି୍ରଟ୍ମେଂଟ ଉପରେ ଗୁରୁତ୍ୱ ଦେବାକୁ ମୁଖ୍ୟମନ୍ତ୍ରୀମାନଙ୍କୁ ପ୍ରଧାନମନ୍ତ୍ରୀ କହିଛନ୍ତି ।

Leave A Reply

Your email address will not be published.

eighteen + fourteen =