ଏଣିକି ସବୁ କେନ୍ଦ୍ର ସରକାରୀ କର୍ମଚାରୀ ଅଫିସ୍ ଆସିବେ

ନୂଆଦିଲ୍ଲୀ: କରୋନା ମହାମାରୀ ସଂକ୍ରମଣ ଯୋଗୁଁ କେନ୍ଦ୍ର ସରକାରୀ କର୍ମଚାରୀମାନଙ୍କ ଅଫିସ୍ ଆସିବା ଉପରେ ଯାରୀ ହୋଇଥିବା କଟକଣାକୁ ସରକାର ଉଠାଇ ନେଇଛନ୍ତି । ଫଳରେ ଏଣିକି କାର୍ଯ୍ୟ ଦିବସମାନଙ୍କରେ ସବୁ କେନ୍ଦ୍ର ସରକାରୀ କର୍ମଚାରୀମାନେ ଅଫିସ୍ ଆସିବେ ବୋଲି କର୍ମଚାରୀ ମନ୍ତ୍ରାଳୟ ଏକ ଆଦେଶନାମା ଜାରୀ କରିଛି ।
କେନ୍ଦ୍ର ସରକାରଙ୍କ ସମସ୍ତ ବିଭାଗ ନିମନ୍ତେ ଜାରି ଏହି ଆଦେଶନାମାରେ ଉଲ୍ଲେଖ୍ ଅଛି, ସବୁସ୍ତରୀୟ ସରକାହରୀ କର୍ମଚାରୀମାୈନ ସମସ୍ତ କାର୍ଯ୍ୟ ଦିବସମାନଙ୍କରେ ଅଫିସ୍କୁ ଆସିବେ । କୌଣସି ବର୍ଗର କର୍ମଚାରୀ ଏହି ନିୟମରୁ ଛାଡ ପାଇବେ ନାହିଁ । କିନ୍ତୁ ପରବର୍ତୀ ଅଦେଶ ପର୍ଯ୍ୟନ୍ତ ବାଯୋମେଟ୍ରିକ୍ ଉପସ୍ଥାନ ବନ୍ଦ ରହିବ ।
ଜାତୀୟ ରାଜଧାନୀ ଦିଲ୍ଲୀ ସମେତ ଦେଶରେ ସକ୍ରିୟ କୋଭିଡ୍-୧୯ ଆକ୍ରାନ୍ତଙ୍କ ସଂଖ୍ୟା ଉଲ୍ଲେଖନୀୟ ଭାବେ ହ୍ରାସ ପାଇଥିବାରୁ ଏଭଳି ନିଷ୍ପତି ଗ୍ରହଣ କରାଯାଇଥିବା ଜଣାପଡିଛି ।
କିନ୍ତୁ, କଂଟେନ୍ମେଂଟ ଜୋନ୍ରେ ବାସ କରୁଥିବା ସମସ୍ତ ସରକାରୀ ଅଧିକାରୀ ଏବଂ କର୍ମଚାରୀଙ୍କ ପାଇର୍ ଏହି ନିୟମ ଲାଗୁ ହେବନାହିଁ । ସେମାନଙ୍କ ଅଞ୍ଚଳରୁ କଂଟେନ୍ମେଂଟ ନ ହଟିବା ପର୍ଯ୍ୟନ୍ତ ସେମାନେ ଅଫିସ୍ ଆସିବେ ନାହିଁ । ସେମାନେ ଘରୁ ଥାଇ କାମ କରିବେ ଏବଂ ଯୋଗାଯୋଗ ପାଇଁ ସବୁବେଳେ ଫୋନ୍ ଅନ୍ ରଖିବେ ।
ସେହିଭଳି, ଭିଡିଓ କନ୍ଫରେନ୍ସିଙ୍ଗ ଜରିଆରେ ପୂର୍ବଭଳି ବୈଠକ ଚାଲିବ । ସାଧାରଣ ସ୍ୱାର୍ଥ ନିମନ୍ତେ ଅତ୍ୟାବଶ୍ୟକ ନ ହେଲେ ପ୍ରତ୍ୟକ୍ଷ ବୈଠକ ଅନୁଷ୍ଠିତ ହେବନାହିଁ ।
ଏହାଛଡା, ସବୁ ବିଭାଗୀୟ କ୍ୟାଂଟିନ୍ ଖୋଲାଯାଇ ପାରେ ବୋଲି ଅନ୍ୟ ଏକ ଆଦେଶରେ କର୍ମଚାରୀ ମନ୍ତ୍ରାଳୟ କହିଛି ।
ସେପଟେ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ମଧ୍ୟ ‘ଏସଓପି’ ଜାରି କରି କହିଛି ଯେ, ଯଦି କାର୍ଯ୍ୟ ପରିସରରେ କୋଭିଡ-୧୯ ସଂକ୍ରମଣ ଚିହ୍ନଟ ହୁଏ, ତେବେ ଆବଶ୍ୟକ ବିଶୋଧନ କରାଯାଇ ଅଫିସ୍ ଚାଲୁ କରାଯିବ । ସେଥିପାଇଁ ଅଫିସ୍ ବନ୍ଦ କିମ୍ବା ସିଲ୍ କରାଯିବ ନାହିଁ ।
ଗତ ମାର୍ଚ୍ଚ ମାସରେ କରୋନାଭାଇରସ୍ କଟକଣା ଜାରି ହେବା ପର ଠାରୁ ଅଣ୍ଡର୍ ସେକ୍ରେଟେରି ଓ ସେମାନଙ୍କ ଉପରସ୍ତରୀୟ କର୍ମଚାରୀମାନେ ଅଫିସ୍ ଆସୁଥିଲେ । ମେ ମାସରେ କେନ୍ଦ୍ର ସରକାର ଜାରି କରଥିବା ନିୟମାବଳୀ ଅନୁସାରେ, ଡେପୁଟି ସେକ୍ରେଟେରିରୁ ନିମ୍ନ ସ୍ତରୀୟ କର୍ମଚାରୀଙ୍କ ସମେତ ୫୦% କର୍ମଚାରୀଙ୍କୁ ନେଇ ଅଫିସ୍ ଚାଲିବ ଏବଂ ତାହା ପୁଣି ବିଭି୍ନ୍ନ ନିର୍ଦ୍ଧାରିତ ସମୟରେ ।

Leave A Reply

Your email address will not be published.

18 + 6 =