ଏଲଏସିରୁ ସେନା ପ୍ରତ୍ୟାହାର ପାଇଁ ଚୀନ୍ ଉପରେ ଭାରତର ଚାପ

ନୂଆଦିଲ୍ଲୀ: ଏଲଲସିରେ ଲାଗି ରହିଥିବା ବିବାଦକୁ ନେଇ ଦୀର୍ଘ ୧୬ ଘଂଟା ପରେ ଭାରତ ଏବଂ ଚୀନ ମଧ୍ୟରେ ଆଲୋଚନା ଶେଷ ହୋଇଛି । ଦୁଇ ଦେଶ ମଧ୍ୟରେ ଆଲୋଚନା ସକରାତ୍ମକ ହୋଇଥିବା ଜଣାପଡିଛି । ତେବେ ଏଲଏସିର ବିବାଦୀୟ ସ୍ଥାନ ଗୋଗେରା ହାଇଟ୍ସ, ହାଟ୍ ସ୍ପ୍ରିଙ୍ଗ ଏବଂ ଡେପସାଙ୍ଗ ଅଞ୍ଚଳରୁ ସୈନ୍ୟ ପ୍ରତ୍ୟାହାର ନେଇ ଭାରତ ଚୀନ୍ ଉପରେ ଚାପ ପକାଇଛି ।
ଶନିବାର ସକାଳ ୧୦ଟାରେ ଚୀନ୍ର ମାଲଡୋରେ ଏହି ବୈଠକ ଆରମ୍ଭ ହୋଇଥିଲା । ଏହି ଆଲୋଚନାରେ ଭାରତୀୟ ପ୍ରତିନିଧିମଣ୍ଡଳର ନେତୃତ୍ୱ ନେଇଥିଲେ ଲେଫ୍ଟନାଂଟ ଜେନେରାଲ ପିଜିକେ ମେନନ୍ । ଅନ୍ୟପଟେ ଚୀନ ପକ୍ଷରୁ ମେଜର ଜେନରାଲ ଲିଉ ଲିନ୍ ନେତୃତ୍ୱ ନେଇଥିଲେ । ବୈଠକରେ ଭାରତ ଓ ଚୀନ୍ ପ୍ୟାଙ୍ଗଙ୍ଗ ହ୍ରଦର ଉତର ଏବଂ ଦକ୍ଷିଣ ପ୍ରାନ୍ତରୁ ସୈନ୍ୟ ଅସ୍ତ୍ରଶସ୍ତ୍ର ଓ ଅନ୍ୟାନ୍ୟ ସାମରିକ ଉପକରଣ ହଟାଇବା ଅଭିଯାନ ଜୋରରେ ଚଳାଇଥିବା କହିଛନ୍ତି ।
ବୁଝାମଣା ପରେ ଦୁଇ ପକ୍ଷ ଉକ୍ତ ସ୍ଥାନରୁ ପ୍ରତିରକ୍ଷା ସାମଗ୍ରୀ ହଟାଇବା ସହିତ ନିର୍ମାଣ ହୋଇଥିବା ବଙ୍କରକୁ ମଧ୍ୟ ହଟାଇ ଦେଇଥିବା ଏଥିରେ ଆଲୋଚନା ହୋଇଛି ।
ସୂଚନାଯୋଗ୍ୟ ଯେ, ଗତ ୯ମାସରୁ ଅଧିକ ସମୟ ଧରି ପୂର୍ବ ଲଦାଖରେ ଉଭୟ ପକ୍ଷ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ପୈର ପ୍ରଥମ ଥର ପାଇଁ ଭାରତ ଓ ଚୀନ ପକ୍ଷରୁ ସେ ଅଞ୍ଚଳରୁ ପ୍ରଥମ ପର୍ଯ୍ୟାୟ ସୈନ୍ୟ ପ୍ରତ୍ୟାହାର ହୋଇସାରିଛି । ପ୍ୟାଙ୍ଗଙ୍ଗର ଉତର ଓ ଦକ୍ଷିଣ ତଟରୁ ପର୍ଯ୍ୟାୟ କ୍ରମେ ସୈନ୍ୟ ପ୍ରତ୍ୟାହାର ହେଉଛି ।
ନବମ ପର୍ଯ୍ୟାୟ ଆଲୋଚନା ବେଳେ ପ୍ୟାଙ୍ଗଙ୍ଗ ଅଞ୍ଚଳରୁ ସୈନ୍ୟ ପ୍ରତ୍ୟାହାର ପାଇଁ ଉଭୟ ଦେଶ ସହମତି ପ୍ରକାଶ କରିଥିଲେ ନିଷ୍ପତି ଅନୁଯାୟୀ ଫେବୃଆରୀ ୧୦ରୁ ଉଭୟ ଦେଶ ସୈନ୍ୟ ପ୍ରତ୍ୟାହାର କରୁଛନ୍ତି । ସେପଟେ ଶୁକ୍ରବାହର ପ୍ରଥମଥର ପାଇଁ ଚୀନ୍ ପକ୍ଷରୁ ଗତବର୍ଷ ଗଲୱାନ୍ ଘାଟିରେ ହୋଇଥିବା ସଂଘର୍ଷର ଭିଡିଓ ଜାରି କରାଯାଇଥିଲା । ଏଥିସହ ଉକ୍ତ ସଂଘର୍ଷରେ ୪ଜଣ ଯବାନକୁ ହରାଇଥିବା ଚୀନ୍ ସ୍ୱୀକାର କରିଥିଲା ।

Leave A Reply

Your email address will not be published.

nineteen + thirteen =