ଏଲଏସିରେ ଚୀନକୁ ମାତ୍ ଦେବାକୁ ହାଲୁକା ଟ୍ୟାଙ୍କ୍ କିଣିବ ଭାରତ

ନୂଆଦିଲ୍ଲୀ- ପ୍ରକୃତ ନିୟନ୍ତ୍ରଣ ରେଖା (ଏଲଏସି) ରେ ଚୀନ ସହିତ ଭାରତର ସୀମା ବିବାଦ ଲାଗିରହିଛି । ଚୀନ ଏକାଧିକ ଥର ଏଲଏସିରେ ଭାରତ ବିରୋଧରେ ଯୁଦ୍ଧ ସ୍ଥିତି ସୃଷ୍ଟି କରିଛି । ଏହାକୁ ଦୃଷ୍ଟିରେ ରଖି ଏଲଏସିରେ ଚୀନକୁ ମାତ୍ ଦେବା ଲାଗି ଭାରତ ଲାଇଟ୍ ୱେବ୍ ବା ହାଲୁକା ଟ୍ୟାଙ୍କକ କିଣିବାକୁ ନିଷ୍ପତି ନେଇଛି । କେନ୍ଦ୍ର ସରକାର ଏହାକୁ ଅନୁମୋଦନ କରିଛନ୍ତି । ଏହି ଟ୍ୟାଙ୍କଗୁଡିକ ଉଚ୍ଚ ପାର୍ବତ୍ୟାଂଚଳରେ ମୃତୟନ କରାଯିବ । ଇକୋନୋମିକ୍ ଟାଇମ୍ସ ରିପୋର୍ଟ ଅନୁସାରେ, ପିକଟରେ ଚୀନ ଏଲଏସିରେ ଏହିଭଳି ଟ୍ୟାଙ୍କ୍ ମୃତୟନ କରିଥିଲା ଯାହା ଭାରତ ପାଇଁ ଚିନ୍ତାର ବିଷୟ । ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଖୁବ୍ଶୀଘ୍ର ସେନାରେ ଲାଇଟ୍ୱେଟ୍ ଟ୍ୟାଙ୍କ୍ ସାମିଲ କରିବାକୁ ଯୋଜନା କରିଛନ୍ତି । ଲଦାଖରେ ଲାଇଟ୍ୱେଟ୍ ଟ୍ୟାଙ୍କ୍ ମୃତୟନ ଭାରତୀୟ ସେନାକୁ ଅଧିକ ମଜଭୁତ କରିବ । କାରଣ ଭାରି ଟ୍ୟାଙ୍କ ତୁଳନାରେ ହାଲୁକା ବା ଲାଇଟୱେଟ୍ ଟ୍ୟାଙ୍କ୍ ଅଧିକ ସୁବିଧା ଜନକ ହେବ । ଅନ୍ୟପଟେ ଭାରତୀୟ ସେନା ବାୟୁ ପରିବହନ ଯୋଗ୍ୟ ଟ୍ୟାଙ୍କ୍ ହାସଲ କରିବାକୁ ଚାହୁଁଥିବା ବିଶେଷ ସୂତ୍ରରୁ ଜଣାପଡିଛି । ଏହି ଟ୍ୟାଙ୍କଗୁଡିକ ଏଲଏସିର ଅଗ୍ରଗାମୀ ଅଂଚଳଗୁଡିକରେ ମୃତୟନ ହୋଇାପାରିବ । ଯାହାଦ୍ୱାରା ଚୀନ୍ ସୈନ୍ୟଙ୍କ ଦ୍ୱାରା ଯେକୌଶସି ପଦକ୍ଷେପକୁ ତୁରନ୍ତ ପ୍ରତିହତ କରାଯାଇପାରିବ ।

Leave A Reply

Your email address will not be published.

5 × 1 =