ନୂଆଦିଲ୍ଲୀ: ଲାଇନ୍ ଅଫ୍ ଆକଚୁଆଲ୍ କଂଟୋ୍ରଲ (ଏଲ୍ଏସି)ରେ ଚୀନର କ୍ଷେପଣାସ୍ତ୍ର ମୁତୟନ ପରେ ତାହାର ପ୍ରତି ଜବାବ ଦେଇ ଭାରତୀୟ ସେନା ସୀମାରେ ଘରୋଇ ସବ୍ସୋନିକ ମିସାଇଲ୍ ‘ନିର୍ଭୟ’କୁ ନିୟୋଜିତ କରିଛି । ସ୍ୱଦେଶୀ ଜ୍ଞାନକୌଶଳେ ନିର୍ମିତ କ୍ଷେପଣାସ୍ତ୍ର “ନିର୍ଭୟ’ ହେଉଛି ଭୂପୃଷ୍ଠରୁ ଭୂପୃଷ୍ଠ ଗାମୀ ମିସାଇଲ୍ । ଯାହାକି ୧ହଜାର କିଲୋମିଟର ପର୍ଯ୍ୟନ୍ତ ପହଞ୍ଚି ପାରିବାରେ ସାମର୍ଥ୍ୟ ରହିଛି । ଏହା ଭୂମିଠାରୁ ୧୦୦ ମିଟରରୁ ନେଇ ୪ କିଲୋମିଟର ପର୍ଯ୍ୟନ୍ତ ଉଡିପାରିବ । ଭାରତୀୟ ସେନା ଦ୍ୱାରା ନିୟୋଜିତ ଏହି ଦୂରଗାମୀ ମିସାଇଲ୍ ସର୍ବକାଳୀନ ପାଣିପାଗକୁ ସୁହାଇବ । ଏହା ଚୀନର ତିବ୍ଦତ ଅଞ୍ଚଳ ପର୍ଯ୍ୟନ୍ତ ଟାର୍ଗେଟ କରିବାକୁ ସକ୍ଷମ ହୋଇଥିବାରୁ ମିସାଇଲଟ୍ ଚୀନ ପାଇଁ ଏକ ବଡ ବିପଦ ବୋଲି କୁହାଯାଇପାରେ ।
ଡିଫେନ୍ସ ରିସର୍ଚ ଆଣ୍ଡ୍ ଡେଭଲ୍ପମେଂଟ ଅର୍ଗାନାଇଜେସନ୍ (ଡିଆର୍ଡିଓ) ଦ୍ୱାରା ବିକଶିତ ଏହି ମିସାଇଲ୍ ‘ନିର୍ଭୟ’ ୨୦୧୩ ମସିହାରୁ ଏବେ ଯାଏ ପରୀକ୍ଷଣରେ ଥିଲା । ପ୍ରଥ୍ମ ଥର ପାଇଁ ଭାରତୀୟ ସେନା ଏଲ୍ଏସିରେ ଏକ ସ୍ୱଦେଶୀ ମିସାଇଲ୍ ନିୟୋଜିତ କରିଥିବା ଦେଖିବାକୁ ମିଳିଛି ।
ନିକଟରେ ଏଲଏସିର କିଛି ସାଟେଲାଇଟ୍ ଫଟୋ ଚିତ୍୍ରରୁ ଦେଖିବାକୁ ମିଳିଥିଲା ଯେ, ଚୀନ ତିବତର ଏକ ନୂଆ ଅଞ୍ଚଳରେ ସରଫେସ୍-ଟୁ- ଏହାର (ଭୁପୃଷ୍ଠରୁ ବାୟୁ) ମିସାଇଲ୍ ନିୟୋଜିତ କରିଛି । ଚୀନର ଏହି ମିସାଇଲ୍କୁ ଫଟୋରେ ଦେଖିବା ପରେ ଏହାର ମୁକାବିଲା କରିବାକୁ ଭାରତୀୟ ସେନା ମଧ୍ୟ ପୂର୍ବ ଲଦାଖର ଅଗ୍ରଗାମୀ ସ୍ଥାନରେ ଅନେକ ଟ୍ୟାଙ୍କ ନିୟୋଜିତ କରିବା ସହ ସଜାଗ ରହିଛି ।