ଏୟାର ଇଣ୍ଡିଆ ବିମାନ ଉପରେ ରୋକ ଲଗାଇଲା ହଂକଂ


ନୂଆଦିଲ୍ଲୀ- ଅଗଷ୍ଟ ମାସ ଶେଷ ପର୍ଯ୍ୟନ୍ତ ଏୟାର ଇଣ୍ଡିଆ ବିମାନ ଉପରେ ହଂକଂ ରୋକ ଲଗାଇଛି । ଏଆର ଇଣ୍ଡିଆ ବିମାନରେ ଯାତ୍ରା କରୁଥିବା କିଛି ଯାତ୍ରୀ କରୋନା ପଜିଟିଭ ଚିହ୍ନଟ ହେବା ପରେ ଏଭଳି ନିଷ୍ପତି ନିଆଯାଇଛି । ଯଦି ଯାତ୍ରୀଙ୍କ ୭୨ ଘଂଟା ପୂର୍ବରୁ କୋଭିଡ ଟେଷ୍ଟ ହୋଇଥିବ ଓ ସେମାନଙ୍କ ପାଖରେ କୋଭିଡ ନେଗେଟିଭ ରିପୋର୍ଟ ଥିବ ତେବେ ହଂକଂରେ ବିମାନ ଲ୍ୟାଣ୍ଡୀି କରିବାକୁ ଅନୁମତି ମିଳିବ । ଏତଦ୍ ବ୍ୟତିତ ବିମାନ ଲ୍ୟାଣ୍ଡିଂ କରିବା ପରେ ସେମାନଙ୍କ କୋଭିଡ ଟେଷ୍ଟ ହେବ ବୋଲି ସେଠାକାର ସରକାର କହିଛନ୍ତି । ସବୁ ଦେଶ ପାଇଁ ଏହି ନିୟମ ଜାରି କରିଛି ଭାରତ ।

Leave A Reply

Your email address will not be published.

one × three =