ଐଶ୍ୱର୍ଯ୍ୟା ରାୟ ବଚ୍ଚନ ଓ ଝିଅ ଆରାଧ୍ୟା କେରାନା ପଜେଟିଭ୍ ଚିହ୍ନଟ

ମୁମ୍ବାଇ- ବଲିଉଡ୍ ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟ ବଚ୍ଚନ ଓ ଝିଅ ଆରାଧ୍ୟା କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଦୁଇ ଜଣଙ୍କ ରିପୋର୍ଟ କରୋନା ଜିଟିଭ୍ ଥିବା ନେଇ ବିଏମସି କମିଶନରଙ୍କ ପକ୍ଷରୁ ସୂଚନା ଦିଆଯାଇଛି । କିନ୍ତୁ ଅମିତାଭ ବଚ୍ଚନଙ୍କ ପତ୍ନୀ ଜୟା ବଚ୍ଚନ କରୋନା ନେଗେଟିଭ୍ ଥିବା ସୂଚନା ଦିଆଯାଇଛି । ସୂଚନା ଅନୁସାରେ ଶନିବାର କରୋନା ପଜିଟିଭ୍ ଚିହ୍ନଟ ହେବାପରେ ମୁମ୍ବାଇର ନାନାବତୀ ହସ୍ପିଟାଲରେ ଭର୍ତି ହୋଇଥିଲେ ଅମିତାଭ ବଚ୍ଚନ ଓ ପୁଅ ଅଭିଷେକ ବଚ୍ଚନ । ବର୍ତମାନ ଅମିତାଭ ବଚ୍ଚନଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ରହିଛି । ଅମିତାଭ ଓ ପୁଅ ଅଭିଷେକ ବଚ୍ଚନ କରୋନା ଚିହ୍ନଟ ହେବା ପରେ ପତ୍ନୀ ଜୟା ବଚ୍ଚନ, ବୋହୂ ଐଶ୍ୱର୍ଯ୍ୟା ଓ ତାଙ୍କ ଝିଅ ଆରାଧ୍ୟାର ସ୍ୱାବ ନମୂନା ପରୀକ୍ଷଣ ହୋଇଥିଲା । କିନ୍ତୁ ପ୍ରଥମ ପରିକ୍ଷଣରେ ରିପୋର୍ଟ ନେଗେଟିଭ୍ ଆସିଥିଲା । କିନ୍ତୁ ଦ୍ୱିତୀୟ ପରୀକ୍ଷଣରେ ପଜିଟିଭ୍ ଆସିଥିଲା । ତେବେ ରବିବାର ସକାଳୁ ବିଏମସି ପକ୍ଷରୁ ଅମିତାଭ ବଚ୍ଚନଙ୍କ ଘର ଜଲସାକୁ ସାନିଟାଇଜ କରାଯିବା ସହ ସିଲ କରାଯାଇଛି ।

Leave A Reply

Your email address will not be published.

15 + 20 =